ଓଡ଼ିଶାଲାଇଭ୍‌ ବ୍ୟୁରୋ

୪୭ ବର୍ଷ ବୟସରେ ରାହୁଲ ଗାନ୍ଧି ୧୩୨ ବର୍ଷର ପୁରୁଣା କଂଗ୍ରେସ ପାର୍ଟିର ସଭାପତି ହୋଇଛନ୍ତି। ତେବେ ରାହୁଲ କେବଳ କମ୍‌ ବୟସରେ ସଭାପତି ହୋଇ ନାହାନ୍ତି, ତାଙ୍କ ପୂର୍ବରୁ ୪ ଜଣ କମ୍ ବୟସରେ ସଭାପତି ହୋଇଛନ୍ତି।

କଂଗ୍ରେସ ହେଉଛି ଦେଶର ୧୩୨ ବର୍ଷର ପୁରୁଣା ରାଜନୈତିକ ଦଳ। ହେଲେ ଏହି ଦଳରେ ୪୭ ବର୍ଷିୟ ରାହୁଲ ହୋଇଛନ୍ତି ସଭାପତି। ଯୁବ ଅଧ୍ୟକ୍ଷ ଭାବେ ରାହୁଲ୍‌ ନିର୍ବାଚିତ ହେବା ପରେ ଦେଶର ଯୁବକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରାହୁଲ ପ୍ରଥମ ଥର ପାଇଁ କମ୍‌ ବୟସର ସଭାପତି ହୋଇ ନାହାନ୍ତି। ଏହା ପୂର୍ବରୁ ୪ ଜଣ କମ୍‌ ବୟସରେ ସଭାପତି ହୋଇଛନ୍ତି। ସେମାନେ ହେଲେ ମୌଲାନା ଅବଦୁଲ୍ କଲାମ ଆଜାଦ୍, ଜବାହରଲାଲ୍ ନେହେରୁ, ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧି।

ମୌଲାନା ଅବଦୁଲ୍‌ କଲାମ୍‌ ଦେଶ ସ୍ବାଧୀନତା ପାଇବା ପରେ ସଭାପତି ହୋଇଥିଲେ। ସେ ୩୫ ବର୍ଷ ବୟସରେ ଏହି ଦାୟିତ୍ବ ନେଇଥିଲେ। ଦେଶ ସ୍ୱାଧୀନ ହେବାର ୫ ବର୍ଷ ପରେ ଜବାହରଲାଲ ନେହେରୁ ପାର୍ଟି ଦାୟିତ୍ୱ ନେଇଥିଲେ। ସେତେବେଳେ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା।

ନେହେରୁଙ୍କ ପରେ ଇନ୍ଦିରା ଗାନ୍ଧି ହୋଇଥିଲେ କଂଗ୍ରେସର ସଭାନେତ୍ରୀ। ୪୨ ବର୍ଷ ବୟସରେ ଆଇରନ୍ ଲେଡି ଇନ୍ଦିରା ଏହି ଦାୟିତ୍ୱ ନେଇଥିଲେ। ସେହିପରି ୪୧ ବର୍ଷ ବୟସରେ ରାଜୀବ ଗାନ୍ଧି ହୋଇଥିଲେ କଂଗ୍ରେସ ସଭାପତି। ରାଜୀବ ୭ ବର୍ଷ ଧରି ସଭାପତି ରହିଥିଲେ।

ରାଜୀବଙ୍କ ହତ୍ୟା ପରେ ଗାନ୍ଧି-ନେହେରୁ ପରିବାର ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିଲେ। କଂଗ୍ରେସର ସଭାପତି ହେବା ପାଇଁ ସୋନିଆ ଗାନ୍ଧି ମନା କରି ଦେଇଥିଲେ। ଫଳରେ ସଙ୍ଗଠନ ବିପର୍ଯ୍ୟସ୍ତ ହୋଇ ଯାଇଥିଲା। ବରିଷ୍ଠ ନେତାମାନେ ଏନେଇ ବିବ୍ରତ ହୋଇଯାଇଥିଲେ। ଏନେଇ ସୋନିଆଙ୍କୁ ସେମାନେ ବୁଝାଇଥିଲେ। ଶେଷରେ ସୋନିଆ ୫୨ ବର୍ଷ ବୟସରେ କଂଗ୍ରେସର ମଙ୍ଗ ଧରିଥିଲେ। ୧୯ ବର୍ଷ ଧରି ସେ ଏହି ଦାୟିତ୍ୱରେ ରହିଥିଲେ।

ଏବେ ସୋନିଆଙ୍କ ପରେ ରାହୁଲ୍ ସଭାପତି ହୋଇଛନ୍ତି। ୧୯୭୦ ମସିହାରେ ଜନ୍ମ ହୋଇଥିବା ରାହୁଲ ହେଉଛନ୍ତି କଂଗ୍ରେସର ୪୯ତମ ସଭାପତି।

Comment