ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଲାଗି ରହିଛି ଶୀତ ଲହରୀ। ଦକ୍ଷିଣରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଅନୁଭୂତ ହେଉଛି ଥଣ୍ଡା। ଥରି ଯାଉଛି ସାରା ରାଜ୍ୟ।

ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି ଶୀତ। ଶୀତର ପ୍ରକୋପରେ ଥରୁଛି ସାରା ଓଡ଼ିଶା। ବୁଧବାର ସମଗ୍ର ରାଜ୍ୟର ତାପମାତ୍ରା ୩ଡିଗ୍ରୀ ଖସିଯାଇଛି। କନ୍ଧମାଳ ଜିଲ୍ଲାର ବାରିଙ୍ଗବାଡ଼ିରେ ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ଥିବା ରେକର୍ଡ କରାଯାଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ଥିବା ବେଳେ ଏବେ ୩ ଡିଗ୍ରୀରେ ପହଞ୍ଚିଛି। ଫୁଲବାଣୀରେ ତାପମାତ୍ରା ୩.୫କୁ ଖସିଆସିଛି। ଉପକୂଳ ଓଡ଼ିଶାରେ ମଧ୍ୟ ଶୀତ ଲହରି ଜାରି ରହିଛି। କଟକରେ ପାରଦ ୧୨.୫ରୁ ୧୧କୁ ଖସି ଆସିଛି।

ରାଜଧାନୀ ଭୁବନେଶ୍ୱରରେ ପାରଦ ୧୧.୮ ରହିଥିବା ବେଳେ ହୀରାକୁଦରେ ୮.୧, ଭବାନୀପାଟଣା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୮.୫, ବଲାଙ୍ଗିର, ଝାରସୁଗୁଡ଼ାରେ ୮.୮, ଅନୁଗୁଳ ୯, କୋରାପୁଟରେ ୯.୬, ସୁବର୍ଣ୍ଣପୁର ୧୦.୩ ଏବଂ ବାଲେଶ୍ୱରରେ ୧୧ ଡିଗ୍ରୀ ସେଲସିୟସ୍ ଥିବା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅକାଶ ମେଘମୁକ୍ତ ଥିବାରୁ ଉତ୍ତର-ପୂର୍ବ ଦିଗରୁ କାଲୁଆ ପବନ ଘଣ୍ଟାପ୍ରତି ୨୫ରୁ ୩୦ କିଲୋମିଟର ବେଗରେ ବହୁଛି। ଏଥିଯୋଗୁ ପବନ ରାଜ୍ୟର ପଶ୍ଚିମ ଭାଗଦେଇ ଉପକୂଳ ଜିଲ୍ଲା ଅଭିମୁଖେ ମାଡ଼ି ଆସୁଛି। ଶୀତର ପ୍ରକୋପ ଜାରି ରହିଥବାରୁ ବଙ୍ଗୋପସାଗରରେ ଗୁରୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦିନେ ଦୁଇଦିନ ମଧ୍ୟରେ ବର୍ଷା ହୋଇପାରେ।

 

Comment