ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ଡାକ୍ତରଖାନାରେ ଘଟିଥିବା ଅମାନବୀୟ ଘଟଣାକୁ ନିନ୍ଦା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଏହି ଘଟଣାରେ ସାଲିସ୍‌ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ଅମାନବୀୟ ଘଟଣା। ମୁଁ ଜଣେ ମନ୍ତ୍ରୀ ଭାବେ ନୁହେଁ, ସାଧାରଣ ଲୋକ ଭାବେ କହିବି ଅଭିଯୁକ୍ତକୁ ସେଇଠି ଗୁଳି କରି ମାରିଦେବା ଉଚିତ୍।

ସୂଚନାଯୋଗ୍ୟ, ସମ୍ବଲପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ଜଣେ ମହିଳା ରୋଗୀ। ତାଙ୍କ ସହିତ ୩ ବର୍ଷର ଝିଅ ବି ମେଡିକାଲ ଯାଇଥିଲା। ଝିଅଟି ମେଡିକାଲ ବାହାରେ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ହୋ-ହଲ୍ଲା ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁଜିତ ରଣା। ଗୁରୁବାର ତାକୁ ଜେଲ୍ ପଠାଇ ଦିଆଯାଇଛି। ସେ ମେଡିକାଲରେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ ହୋଇଥିଲା। ଏପଟେ ସଂପୃକ୍ତ ସିକ୍ୟୁରିଟି ସଂସ୍ଥା ସହ ଚୁକ୍ତି ବାତିଲ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଆଗକୁ ନୂଆ ସିକ୍ୟୁରିଟି ସଂସ୍ଥାକୁ ଦାୟିତ୍ବ ଦିଆଯିବ। ତେବେ ନିୟୋଜିତ ହେବାକୁ ଥିବା ସିକ୍ୟୁରିଟି ଗାର୍ଡମାନଙ୍କର ଅପରାଧିକ ରେକର୍ଡ ଯାଞ୍ଚ କରାଯିବ ବୋଲି ସିଡିଏମ୍‌ଓ କେ କେ ଗୁପ୍ତା କହିଛନ୍ତି।

LEAVE A REPLY

Please enter your comment!
Please enter your name here