ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗୁରୁବାର ବିଳମ୍ବିତ ରାତିରେ ସେଣ୍ଟ୍ରାଲ ମୁମ୍ବାଇର ୪ ମହଲାବିଶିଷ୍ଟ ଏକ କୋଠାରେ ନିଆଁଲାଗି ୧୪ଜଣଙ୍କ ମୃତ୍ୟୁ ହୋଇଛି। ୧୯ରୁ ଅଧକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅଛନ୍ତି। ନିଆଁଲିଭା କାର୍ଯ୍ୟରେ ୬ଟି ଦମକଳ ନିୟୋଜିତ ହୋଇଥିଲା।

ମୁମ୍ବାଇର ବ୍ୟାବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ସେନାପତି ବାପତ୍ ମାର୍ଗରେ ଥିବା କମଳା ମିଲ୍ ପରିସରରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଅଗ୍ନିକାଣ୍ଡର କାଣ୍ଡର କାରଣ ଜଣାପଡିନାହିଁ। ଏହି କୋଠାରେ ରେଷ୍ଟୁରାଣ୍ଟ ଚାଲିଥିଲା।

Comment