ଓଡ଼ିଶାଲାଇଭ୍‌ ବ୍ୟୁରୋ

ବକ୍ସ ଅଫିସ୍‌ରେ ବାଜିମାତ୍‌ କରିଛି ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ।’ ମାତ୍ର ୮ ଦିନରେ ୨୧୭ କୋଟି ଟଙ୍କାର ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଛି ଏହି ଫିଲ୍ମ।

ବକ୍ସ ଅଫିସ୍‌ରେ ଜବରଦସ୍ତ ହିଟ୍‌ ହୋଇଛି ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’। ସଲମନ୍‌ ଖାନ୍‌ ଏବଂ କାଟ୍ରିନ୍‌ କୈଫ୍‌ ଅଭିନୀତ ଏହି ଫିଲ୍ମ ୮ ଦିନରେ ୨୧୭ କୋଟି ଟଙ୍କା କମାଇଛି। ସୂଚନା ଅନୁଯାୟୀ ଏହି ଫିଲ୍ମଟି କେବଳ ଶୁକ୍ରବାର ୧୧.୫୬ କୋଟି ଟଙ୍କା କମାଇଛି। ଖ୍ରୀଷ୍ଟ ମାସ ଛୁଟି ଅବସରରେ ଏହି ଫିଲ୍ମ ସଫଳ ପାଇଥିବା ବେଳେ ନୂଆବର୍ଷରେ ବି ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛି।

ଟାଇଗର୍‌ ଜିନ୍ଦା ହୈ ଫିଲ୍ମ ରୋହିତ ସେଟ୍ଟୀଙ୍କ ‘ଗୋଲମାଲ୍‌ ଏଗେନ୍‌’କୁ ପଛରେ ପକାଇ ଦେଇଛି। ଗୋଲମାଲ୍‌ ଏଗେନ୍‌ ୨୦୫ କୋଟି କମେଇଥିବା ବେଳେ ମାତ୍ର ୮ ଦିନରେ ଟାଇଗର ଜିନ୍ଦା ହୈ ୨୧୭ କୋଟି କମାଇଛି। ୨୦୧୭ରେ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ରେକର୍ଡ ସୃଷ୍ଟି କରିଛି। କେବଳ ଫିଲ୍ମ ବାହୁବଳି-୨ ୫୧୧ କୋଟି ଟଙ୍କା କମେଇଥିଲା।

ଅଲ୍ଲୀ ଅବାସ ଜାଫର୍‌ଙ୍କ ନିର୍ଦ୍ଦେଶିତ ‘ଟାଇଗର୍‌ ଜିନ୍ଦା ହୈ’ ରିଲିଜ୍‌ର ପ୍ରଥମ ଦିନରେ ୩୪.୧୦ କୋଟି ଟଙ୍କା ପାଇଥିଲା। ଡିସେମ୍ବର ୨୨ରେ ଫିଲ୍ମଟି ରିଲିଜ୍ ହୋଇଥିଲା।

ଡିସେମ୍ବର ୨୩ରେ ଏହି ଫିଲ୍ମ ୩୫.୩୦ କୋଟି ଟଙ୍କା କମେଇଥିବା ବେଳେ ୨୪ ତାରିଖରେ ୪୫.୫୩ କୋଟି, ୨୫ ଡିସେମ୍ବରରେ ୩୬.୫୪ କୋଟି, ୨୬ ଡିସେମ୍ବରରେ ୨୧.୬୦ କୋଟି, ୨୭ ଡିସେମ୍ବରରେ ୧୭.୫୫, ୨୮ ଡିସେମ୍ବରରେ ୧୫.୫୨ କୋଟି ଟଙ୍କା କମେଇଛି।

Comment