ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈପ୍ଲବିକ ସାହିତ୍ୟର ସ୍ରଷ୍ଟ୍ରା, ବିଶିଷ୍ଟ  କବି ରବି ସିଂଙ୍କୁ ୨୦୧୭ ମସିହା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରଦାନ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ସର୍ବୋଚ୍ଚ ସମ୍ମାନ କବି ଶ୍ରୀ ସିଂଙ୍କୁ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି।

୨୦୧୭ ପାଇଁ ରାଜ୍ୟର ଆଉ ୧୫ଜଣ ସାହିତ୍ୟିକଙ୍କୁ  ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ଭଦ୍ରକର ଡକ୍ଟର ସନାତନ ମହାନ୍ତି, ଭୁବନେଶ୍ୱରର ଡକ୍ଟର ରଜତ କୁମାର କର, ରାମଚନ୍ଦ୍ର ମହାନ୍ତ, ଡକ୍ଟର ସୁରେନ୍ଦ୍ର କୁମାର ମହାରଣା, ରାଉରକେଲାର ଭୂପେନ୍ ମହାରଣା, କଟକର ନବକିଶୋର ପୃଷ୍ଟି, ବରଗଡ଼ର ତ୍ରିନାଥ ସାହୁ, ପୁରୀ ଜିଲ୍ଲା ବ୍ରହ୍ମଗିରିର ଲକ୍ଷ୍ମୀଧର ଜେନା, ଖୋର୍ଦ୍ଧାର ବଂଶୀଧର ରାଉତ, ସମ୍ବଲପୁରର ଡକ୍ଟର ପଞ୍ଚାନନ ମିଶ୍ର, ବାଲେଶ୍ୱର ମୋତିଗଞ୍ଜର ଅଞ୍ଜଳି ପଣ୍ଡା, କଟକର ନକୁଳ ଚନ୍ଦ୍ର ସାହୁ, କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଅନୀଲ ଚନ୍ଦ୍ର ଦାଶ, ଅନଗୁଳର ଡକ୍ଟର ମୁକୁନ୍ଦ ଚନ୍ଦ୍ର ଦାସ ଓ ବଲାଙ୍ଗୀର ଜିଲ୍ଲା ବେଲପଡ଼ାର ଡକ୍ଟର ଗୋବର୍ନ୍ଧନ ନାୟକ।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡରେ ଆୟୋଜିତ ଉତ୍ସବରେ ଏକାଡେମୀର ସଭାପତି ହରିହର ମିଶ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଏକାଡେମୀ ସଚିବ ଅଶ୍ୱିନୀ ମିଶ୍ର, ଉପସଭାପତି ଗାୟତ୍ରୀ ସରାଫ ପ୍ରମୁଖ ଯୋଗଦେଇଥିଲେ।

Comment