ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ୫୦ହଜାର ଛାତ୍ରଛାତ୍ରୀ ‘ବନ୍ଦେ ଉତ୍କଳ ଜନନୀ ଗାନ କରିବେ।

ଆସନ୍ତା ୧୫ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଏଭଳି ଆୟୋଜନ କରିଛି। ଏହି ବିଶାଳ ଶିଶୁ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସମବାୟ ମନ୍ତ୍ରୀ ଯୋଗଦେବେ ବୋଲି ସଂସ୍ଥାନର ପ୍ରତିଷ୍ଠାତା ଡକ୍ଟର କରୁଣାକର ପ୍ରଧାନ ଓ ସଭାପତି ଡକ୍ଟର ପ୍ରସନ୍ନ କୁମାର ମହାପାତ୍ର କହିଛନ୍ତି।

Comment