ଓଡ଼ିଶାଲାଇଭ୍ ବ୍ୟୁରୋ
ମଲ୍ରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା। ନିଆଁ ଲାଗିଲେ ପରିସ୍ଥିତି ହେବ ଭୟାନକ। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଛି ପଦକ୍ଷେପ। ୨ ମାସ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖିବାକୁ ବିଭାଗ ତରଫରୁ ଦିଆଯାଇଛି ନୋଟିସ୍।
ରାଜଧାନୀର ୧୦ଟି ବଡ଼ବଡ଼ ମଲ୍ରେ ଲାଗିଛି ଅଗ୍ନିଶମ ବିଭାଗ ନୋଟିସ୍। ୨ ମାସ ଭିତରେ ମଲ୍ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ କରିବାକୁ ନୋଟିସରେ ଉଲ୍ଲେଖ ରହିଛି। ୨ ମାସ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନସଜାଡ଼ିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ମୁମ୍ବାଇର ଏକ ମଲ୍ରେ ନିଆଁ ଲାଗିବା ପରେ ଭୁବନେଶ୍ୱରର ୧୦ଟି ମଲ୍ରେ ଅଗ୍ନିଶମ ବିଭାଗ ତରଫରୁ ଅଚାନକ ଚଢ଼ାଉ କରାଯାଇଥିଲା। ମଲ୍ରେ ନିଆଁ ଲାଗିଲେ କିପରି ରକ୍ଷା କରାଯିବ ସେନେଇ ଯାଞ୍ଚ କରାଯାଇଥିଲା। ହେଲେ ୧୦ଟି ମଲ୍ରୁ ୮ଟିରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦୌ ନଥିବା ଜଣାପଡ଼ିଥିଲା। ଖାଲି ସେତିକି ନୁହେଁ, ମଲ୍ କର୍ତ୍ତୃପକ୍ଷ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଆବେଦନ ମଧ୍ୟ କରି ନଥିଲେ।
ଯେଉଁ ୨ଟି ମଲ୍ରେ ବ୍ୟବସ୍ଥା ଥିଲା ତାହା ସଠିକ୍ ନଥିବା ଅଗ୍ନିଶମ ବିଭାଗ ତରଫରୁ କୁହାଯାଇଥିଲା। ଏଣୁ ୧୦ଟି ମଲ୍ରେ ୨ ମାସ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି।
ଜାନୁଆରୀ ୪ରେ ଭୁବନେଶ୍ୱର ଡମଣାଛକସ୍ଥିତ ଭେନସ୍ ଡେଲି ମାର୍ଟ ସପିଂ ମଲ୍ରେ ନିଆଁ ଲାଗି ଯାଇଥିଲା। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଅଧିକାରୀ ଏହି ନୋଟିସ୍ ଜାରି କରିଛନ୍ତି।
ଏହାସହ ମଲ୍ର ପ୍ରତି ଫ୍ଲୋର୍ରେ ସ୍ୱୟଂଚାଳିତ ପାଣି ସିଞ୍ଚନ ଯନ୍ତ୍ର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଗ୍ନିଶମ ବିଭାଗ ଡିଜି ବି କେ ଶର୍ମା କହିଛନ୍ତି, “ମଲ୍ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖିବାକୁ ମଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି। ୨ ମାସ ଭିତରେ ଏଥିରେ ସୁଧାର ଆଣିବାକୁ କୁହାଯାଇଛି। ଯଦି କୌଣସି ମଲ୍ ଅଧିକାରୀ ଏଥିରେ ଖିଲାପ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”








ମଲ୍ରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା। ନିଆଁ ଲାଗିଲେ ପରିସ୍ଥିତି ହେବ ଭୟାନକ। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଛି ପଦକ୍ଷେପ। ୨ ମାସ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖିବାକୁ ବିଭାଗ ତରଫରୁ ଦିଆଯାଇଛି ନୋଟିସ୍।





