ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନର ଜୟପୁରରେ ନିଆଁଲାଗି ଗୋଟିଏ ପରିବାରର ୫ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଜୟପୁର ସହରର ସେକ୍ଟର-୯ ବିଦ୍ୟାଧର ନଗରର ବାସିନ୍ଦା ସଞ୍ଜୀବ ଗର୍ଗ ଓ ତାଙ୍କ ସ୍ତ୍ରୀ କୌଣସି କାର୍ଯ୍ୟରେ ଉତ୍ତର ପ୍ରଦେଶର ଆଗ୍ରା ଯାଇଥିଲେ। ସେମାନଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା।

ଅଗ୍ନି ବଳୟ ଭିତରୁ ବାହାରି ନପାରି ସଞ୍ଜୀବଙ୍କ ବାପା ମାହନ୍ଦ୍ର ଶର୍ମା(୬୧), ଝିଅ ଅର୍ପିତା(୨୩), ପୁଅ ସୌମ୍ୟ(୨୧), ଆନିବେଶ(୧୭) ଓ ପରିବାରର ଆଉ ଜଣେ ସଦସ୍ୟ। ଦମକଳ ବାହିନୀ କର୍ମଚାରୀମାନେ ନିଆଁ ଆୟତ୍ତ କରିବା ପରେ ଘରଭିତରୁ ୫ ଦରପୋଡ଼ା ଶବ ଉଦ୍ଧାର କରିଥିଲେ। ଏହି ଶବଗୁଡିକୁ ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Comment