ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶସ୍ତା ହେବ ବିମାନ ଯାତ୍ରା। ମାତ୍ର ୯୯ ଟଙ୍କାରେ ଭାରତର ୭ ଟି ସହରକୁ ବିମାନରେ ଯାତ୍ରା କରିପାରିବେ। ବିମାନଯାତ୍ରୀଙ୍କୁ ଏମିତି ଲୋଭନୀୟ ଅଫର୍ ଦେଇଛି ଏୟାର ଏସିଆ।

ଯାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତର ୭ଟି ସହର ବେଙ୍ଗାଲୁରୁ, ହାଇଦ୍ରାବାଦ୍, କୋଚି, କୋଲକାତା, ନୂଆଦିଲ୍ଲୀ, ପୁନେ ଓ ରାଞ୍ଚି ପାଇଁ ବିମାନଭଡ଼ା ସର୍ବନିମ୍ନ ୯୯ଟଙ୍କା ଧାର୍ଯ୍ୟ କରିଛି ଏୟାର ଏସିଆ

ଘରୋଇ ନେଟୱର୍କ ଏୟାର ଏସିଆର ଏହି ଲୋଭନୀୟ ଅଫର ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ରହିଛି। ଏହି ସମୟସୀମା ମଧ୍ୟରେ ବିମାନ ଟିକେଟ୍ ନେଇଥିବା ଯାତ୍ରୀମାନେ ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ  ଅଫରର ସୁବିଧା ପାଇପାରିବେ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଅଫର୍ ସହ ଏୟାରପୋର୍ଟ ଟ୍ୟାକ୍ସ ଓ ଅନ୍ୟାନ୍ୟ ଚାର୍ଜ୍ ଯାତ୍ରୀମାନଙ୍କୁ ଦେବାକୁ ପଡିବ ବୋଲି ସର୍ତ୍ତାବଳୀରେ ସ୍ପଷ୍ଟ କରାଯାଇଛି। ଅଫର୍ ସହ ରାଞ୍ଚି-ଭୁବନେଶ୍ଵର ସର୍ବନିମ୍ନ ବିମାନଭଡ଼ା ରହିଛି ୪୬୬ ଟଙ୍କା।

ଭାରତର ବିଭିନ୍ନ ସହରରୁ ଅକଲାଣ୍ଡ, ବାଲି, ବ୍ୟାଙ୍କକ୍, କୁଆଲାମପୁର, ମେଲବୋର୍ଣ୍ଣ, ସିଙ୍ଗାପୁର, ସିଡନି ପ୍ରଭୃତି  ୧୦ଟି  ଦେଶକୁ ଏୟାର ଏସିଆ ଶସ୍ତାରେ ଯାତ୍ରୀମାନଙ୍କୁ ଉଡାଣ କରିବାର ଯୋଜନା ରଖିଛି। ଏଥିପାଇଁ ସର୍ବନିମ୍ନ ବିମାନଭଡ଼ା ରହିଛି ୧, ୪୯୯ ଟଙ୍କା।

ଅଫରରୁ ଫାଇଦା ନେବା ପାଇଁ ଯାତ୍ରୀମାନେ ସିଧାସଳଖ କମ୍ପାନିର େୱବସାଇଟ୍ ଏୟାର ଏସିଆ ଡଟ୍‌କମ୍‌ ଓ ମୋବାଇଲ୍ ଆପ୍‌କୁ ଯାଇ ଟିକେଟ୍ ବୁକିଂ କରିପାରିବେ।

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତା ଚାଲିଥିବାରୁ ଏୟାର ଏସିଆ କର୍ତ୍ତୃପକ୍ଷ ବିମାନଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here