ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜିଲ୍ଲା ତିଗିରିଆ ଥାନା ପୋଲିସ୍  ଅଳିଆ ଗଦାରୁ ୫ଟି ମଣିଷ ଖପୁରୀ ଜବତ କରିଛି। ପୋଲିସ୍ ଖପୁରୀଗୁଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ନୂଆ ପାଟଣା ସ୍ପିନିଂ ମିଲ୍ ପରିସରରୁ ଖପୁରି ଗୁଡିକ କେଉଁଠୁ ଆସିଲା ତାହା ଏଯାବତ୍ ଜଣାପଡି ନାହିଁ। ଆସନ୍ତାକାଲି ଏହି ଖପୁରୀଗୁଡିକୁ ଭୁବନେଶ୍ଵର ଲାବକୁ ପଠାଯିବ ବୋଲି ପୋଲିସ୍ କହିଛି।

ତିଗିରିଆ ଥାନା ଓଆଇସି ସୁଶାନ୍ତ ଶତପଥୀ କହିଛନ୍ତି, “ସ୍ପିନିଂ ମିଲ୍‌ ପରିସରରେ ଖପୁରୀ ପଡ଼ିଥିବା ସ୍ଥାନୀୟ ଲୋକେ ଖବର ଦେଇଥିଲେ। ଏହାକୁ ଆଧାର କରି ଆମେ ସେଠରେ ପହଞ୍ଚିଥିଲୁ। ହେଲେ କିଏ ଏତେସଂଖ୍ୟକ ଖପୁରୀ ଆଣି ପକାଇଛି ତାହା ଜଣାପଡ଼ି ନାହିଁ। ଏଗୁଡ଼ିକୁ ଆମେ ଯାଞ୍ଚ ପାଇଁ ଭୁବନେଶ୍ୱର ଲାବ୍‌କୁ ପଠାଇବୁ।”

ସ୍ଥାନୀୟ ଲୋକେ ଏହି ଖପୁରୀକୁ ନେଇ ଭିନ୍ନ ଚର୍ଚ୍ଚା କରୁଛନ୍ତି। ଗୁଣିଗାରେଡ଼ି ପାଇଁ କେହି ଏହି ଖପୁରୀ ଆଣି ଏଠାରେ ରଖିଥିବା ଆଲୋଚନା ହେଉଛି।

Comment