ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

ଅଫିସ୍‌ ଅଫ୍ ପ୍ରଫିଟ୍ ମାମଲାରେ ସଦସ୍ୟତା ହରାଇଥିବା ଆମ ଆଦମୀ ପାର୍ଟିର ୨୦ ଜଣ ବିଧାୟକଙ୍କ ଭବିଷ୍ୟତକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ନିର୍ବାଚନ ଆୟୋଗର ସୁପାରିଶ ଅନୁସାରେ ମୋହର ଲଗାଇଛନ୍ତି ଓ ଏହି ବିଧାୟକମାନଙ୍କ ସଦସ୍ୟ ପଦକୁ ବେଆଇନ ଘୋଷଣା କରିଛନ୍ତି। ଏ ନେଇ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ଏହି ଆଦେଶ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇସାରିଛି ଆମ ଆଦମୀ ପାର୍ଟି। ଦରକାର ପଡ଼ିଲେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯିବ ବୋଲି କହିଛି। ଏହି ଅଯୋଗ୍ୟ ଘୋଷିତ ବିଧାୟକଙ୍କ ପାଖରେ ବିକଳ୍ପ ପନ୍ଥା କଣ କଣ ରହିଛି ଆସନ୍ତୁ ଜାଣିବା।

୧. ଆଇନ ବିଶେଷଜ୍ଞମାନଙ୍କ ମତରେ ଏହି ବିଧାୟକମାନଙ୍କ ପାଖରେ ଆଇନର ଆଶ୍ରୟ ନେବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଆପ୍‌ର ବିଧାୟକମାନେ ମୌଳିକ ଅଧିକାର ଉଲ୍ଲଙ୍ଘନ ହୋଇଛି କହି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଯାଇ ପାରିବେ।

୨. ଅଯୋଗ୍ୟ ବିଧାୟକମାନେ ସମ୍ବିଧାନର ଅନୁଛେଦ ୩୨ ଓ ଅନୁଛେଦ ୨୨୬ ଅନୁସାରେ ଆଦେଶର ଆଇନଗତ ବୈଧାନିକତାକୁ ପ୍ରଶ୍ନ କରିବା ସହିତ ତାଙ୍କ ପକ୍ଷ ରଖା ଯାଇନାହିଁ କହି ଏହାକୁ କୋର୍ଟରେ ଚାଲେଞ୍ଜ କରିପାରିବେ।

୩. ରାଷ୍ଟ୍ରପତିଙ୍କ ଅନୁମୋଦନକୁ ପୁନଃବିଚାର କଲା ଭଳି ଅଧିକାର କୋର୍ଟ ପାଖରେ ରହିଛି। କୋର୍ଟ ଏହି ବିଷୟର ଅନୁଧ୍ୟାନ କରିପାରନ୍ତି କି ଅଯୋଗ୍ୟ ଆଦେଶଟି ରାଜଧାନୀ ରାଜ୍ୟକ୍ଷେତ୍ର ଶାସନ ଅଧିନିୟମ -୧୯୯୧ର ଉଲ୍ଲଙ୍ଘନ କରୁଛି କି?

୪. ଯଦି କୋର୍ଟକୁ ସଙ୍କେତ ମିଳୁଛି ଯେ, ବିନା ପ୍ରକ୍ରିୟାରେ ଏହି ଆଦେଶ ଜାରି କରାଯାଇଛି ଏବଂ ନୈସର୍ଗିକ ନ୍ୟାୟର ସିଦ୍ଧାନ୍ତକୁ ଉଲ୍ଲଂଘନ କରାଯାଇଛି ତେବେ ଏହି ଆଦେଶକୁ ରବ୍ଦ କରିଦେଇ ପାରନ୍ତି।

୫. ଏହାଛଡ଼ା ରାଷ୍ଟ୍ରପତିଙ୍କ ଆଦେଶ ପରିପ୍ରେକ୍ଷୀରେ ସଦସ୍ୟ ପଦ ହରାଇଥିବା ବିଧାୟକମାନେ ଅଲଗା ଭାବେ କୋର୍ଟରେ ଆବେଦନପତ୍ର ଦାଖଲ କରିପାରିବେ। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ପଦ ଅସିଦ୍ଧ ଘୋଷଣାରେ ବିଧାୟକଙ୍କୁ ରିହାତି ମିଳିବା ଆଶା କମ। ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଦେଇଥିବା ୬୦ ପୃଷ୍ଠାର ଦଲିଲରେ ଏହି ନିଷ୍ପତ୍ତି ପଛରେ କଣ କାରଣ ରହିଛି ତାହା ପ୍ରାଞ୍ଜଳ ଭାବରେ ବୁଝାଇଛନ୍ତି। ଆପ୍ର ବିଧାୟକମାନେ ନିଜ ସପକ୍ଷରେ ଯେଉଁ କାଗଜପତ୍ର ଦାଖଲ କରିଛନ୍ତି ତାହା ସେମିତି କିଛି ଠୋସ୍ ନୁହେଁ ଓ ସେମାନଙ୍କ ଜବାବ ଅତି ମାତ୍ରାରେ ଘଷା -ପିଟା ଓ ବର୍ତ୍ତମାନ ସମୟର ତର୍କ ସହିତ ସମାନ। ଲୋକସଭାର ପୂର୍ବତନ ମହାସଚିବ ଓ ସମ୍ବିଧାନ ବିଶେଷଜ୍ଞ ସୁଭାଷ କସ୍ୟପଙ୍କ ମତରେ ଆପର ଅଯୋଗ୍ୟ ବିଧାୟକ ମାନଙ୍କୁ ଆଇନଗତ ଭାବେ କିଛି ଆଶ୍ୱସ୍ତି ମିଳିବ ତାହାର କୌଣସି ସମ୍ଭାବନା ଦେଖାଯାଉନାହିଁ।

LEAVE A REPLY

Please enter your comment!
Please enter your name here