ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗୋଖାଦ୍ୟ ଦୁର୍ନୀତି
  • ତୃତୀୟ କେସରେ ବି ଲାଲୁ ଦୋଷୀ
  • ପ୍ରଥମ କେସରେ ୫ବର୍ଷ ଜେଲ୍
  • ଦ୍ଵିତୀୟ କେସରେ ୩ବର୍ଷ ସଜା ଶୁଣାଇଥିଲେ କୋର୍ଟ
  • ଲାଲୁଙ୍କୁ ୫ ବର୍ଷ ଜେଲ୍ ସହ ୫ ଲକ୍ଷ ଟଙ୍କା ଜରିମନା
  • ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ମଧ୍ୟ ଦୋଷୀ ସାବ୍ୟସ୍ତ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜେଲ୍ ଯିବା ପରେ ବି ସଂକଟ ଟଳୁନାହିଁ। ଗୋଖାଦ୍ୟ ଦୁର୍ନୀତିକୁ ନେଇ ଲାଲୁଙ୍କ ନାଁରେ ଥିବା ଗୋଖାଦ୍ୟ ଦୁର୍ନୀତିର ତୃତୀୟ ମାମଲାରେ ବି ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ରାଞ୍ଚି ସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଉଭୟଙ୍କୁ ୫ ବର୍ଷ ଜେଲ୍ ସହ ୫ ଲକ୍ଷ ଟଙ୍କା ଜରିମନା ଦେବାକୁ ପଡ଼ିବ।

୧୯୯୨-୯୩ ମସିହାରେ ଚାଇବାସା କୋଷାଗାରରେ ନକଲି କାଗଜପତ୍ର ମାଧ୍ୟମରେ ବେଆଇନ ଭାବେ ୩୩.୬୭ କୋଟି ଟଙ୍କା  ହଡ଼ପ କରାଯିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୧୯୯୬ରେ ମାମଲା ରୁଜୁ ହୋଇଥିଲା। ଘଟଣାରେ  ମୋଟ ୭୬ଜଣ  ଅଭିଯୁକ୍ତ ରହିଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ଲାଲୁ ପ୍ରସାଦ ଯାଦବ ଓ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର। ମାମଲାର ଶୁଣାଣି ଜାରି ରହିଥିବାବେଳେ ୧୪ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ଏବଂ ୨ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ।

ଡିସେମ୍ବର ମାସରେ  ଦେଓଘର କୋଷାଗାର ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଚାରା ଦୁର୍ନିତୀ ମାମଲାର ତଦନ୍ତ ଚଳାଇଛି।

ଏହି ପୁରା ମାମଲା ୧୯୯୬ରେ ସାମ୍ନାକୁ ଆସିଥିଲା। ଏହାପରେ ଲାଲୁ ଯାଦବଙ୍କ ବିରୋଧରେ ଭିନ୍ନ ଭିନ୍ନ ଭାବରେ ୬ଟି ମାମଲା ରୁଜ୍ଜୁ ହୋଇଥିଲା। ମାମଲା ପାଟଣା ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହାପରେ ସିବିଆଇକୁ ଘୋଟାଲା ଯାଞ୍ଚ୍ ପାଇଁ ଆଦେଶ ଦିଆଯାଇଥିଲା।

ପ୍ରଥମ କେସରେ ୫ବର୍ଷ ସଜା

ସିବିଆଇର ସ୍ଵତନ୍ତ୍ର ଅଦାଲତ ୩୦ ଡିସେମ୍ବର ୨୦୧୩ ମସିହାରେ ଚାଇବାସା କୋଷାଘାର ଦୁର୍ନୀତି ସହ ଜଡିତ ଥିବା ପ୍ରଥମ କେସରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୩୭ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଲାଲୁଙ୍କୁ ୫ବର୍ଷ ସଜା ଶୁଣାଇଥିଲେ। ଏହାସହ ୨୫ଲକ୍ଷ ଟଙ୍କା ଜରିମନା ଲାଗିଥିଲା। ରାଞ୍ଚିର ବିର୍ସା ମୁଣ୍ଡା ଜେଲରେ କିଛି ଦିନ ସଜା କାଟିବା ପରେ ଲାଲୁଙ୍କୁ ଜାମିନ୍ ମିଳିଥିଲା।

ଦ୍ଵିତୀୟ କେସରେ ୩ବର୍ଷ ଦଣ୍ଡାଦେଶ

ଚାରା ଘୋଟାଲା ସହ ଜଡିତ କୋଷାଘର କେସରେ ଲାଲୁ ଯାଦବଙ୍କୁ ୨୩ ଡିସେମ୍ବରରେ ରାଞ୍ଚିର ଏକ ବିଶେଷ ସିବିଆଇ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ତାଙ୍କୁ ଜେଲ୍ ପଠାଇଦିଆଯାଇଥିଲା। ୬ ଜାନୁଆରୀ ୨୦୧୮ରେ କୋର୍ଟ ପକ୍ଷରୁ ତାଙ୍କୁ ସାଢେ ତିନିବର୍ଷ ଦଣ୍ଡ ଶୁଣାଇବା ସହ ୫ ଲକ୍ଷ ଟଙ୍କା ଜରିମନା କରିଥିଲେ।

ଚାରା ଘୋଟାଲା ସହ ଜଡିତ ଦୁଇଟି କେସରେ ଲାଲୁଙ୍କୁ ସାଢେ ଆଠ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇ ସାରିଛନ୍ତି। ଏହାସହ ଲାଲୁ ପାଖାପାଖି ୧ବର୍ଷ ୨ମାସ ଜେଲରେ କଟାଇ ସାରିଲେଣି। ଏହି ଦୁଇଟି କେସରେ ରାଞ୍ଚିର ବିଶେଷ ଅଦାଲତଙ୍କ ଫଇସଲା ଅନୁଯାୟୀ ଲାଲୁଙ୍କୁ ଆହୁରି ୭ ବର୍ଷ ଜେଲରେ କଟାଇବାକୁ ରହିଛି। ଆଜିର ଦଣ୍ଡାଦେଶ ଅନୁଯାୟୀ ଲାଲୁଙ୍କୁ ଆହୁରି ୧୨ ବର୍ଷ ଜେଲରେ କଟାଇବାକୁ ପଡିବ।

ଏହି ଫଇସଲାରୁ ଏତିକି କହିପାରିବା ଯେ, ଲାଲୁ ଯାଦବ ୨୦୧୯ ନିର୍ବାଚନ ତ ଦୂରର କଥା ୨୦୧୪ ନିର୍ବାଚନ ମଧ୍ୟ ଲଢିପାରିବେନି। ଦେଶ ସ୍ଵାଧୀନତା ପର ବର୍ଷ ଜନ୍ମିତ ଲାଲୁ ଯଦି ଜେଲରେ ଆହୁରି ୧୨ ବର୍ଷ କାଟିବେ ତେବେ ଜେଲରୁ ମୁକୁଳିବା ପରେ ସେ ରାଜନୀତିରେ ଯୋଗଦାନ କରିବା ଅସମ୍ଭବ ପରି ମନେ ହୁଏ, କାରଣ ସେ ବୟସରେ ନେତାମାନେ ରାଜନୀତିରୁ ଅବସର ସମୟ ବୋଲି ଧରାଯାଏ।

୯୦୦ କୋଟି ଚାରା ଘୋଟାଲାରେ ଲାଲୁଙ୍କ ବିରୋଧରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି କେସରେ ଦଣ୍ଡ ମିଳିସାରିଥିବାବେଳେ ଏଥିରେ ଜାମିନ୍ ମିଳିବା ଅତ୍ୟନ୍ତ କଷ୍ଟକର।

ଲାଲୁଙ୍କୁ ଏବେ ୬୯ ବର୍ଷ ଚାଲିଛି। ଏବେ ୨୦୧୯ ଲୋକସଭା ନିର୍ବାଚନ, ୨୦୨୦ ବିହାର ବିଧାନସଭା ନିର୍ବାଚନ ଓ ଏହାପରେ ୨୦୨୪ ଲୋକସଭା ନିର୍ବାଚନରେ ଲାଲୁଙ୍କ ସକ୍ରିୟତା ଦେଖିବାକୁ ମିଳିବ, ଏଥିରେ ଆଶଙ୍କା ରହିଛି ।

Comment