ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ନେତାଙ୍କୁ ଲହୁଲୁହାଣ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଏବଂ ତାଙ୍କ ପୁଅ ପ୍ରିୟବୟତ।
ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଗିରଫ ହୋଇଛନ୍ତି। ତାଙ୍କ ସହ ପୁଅ ପ୍ରିୟବ୍ରତ ସାମନ୍ତରାୟଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଭାଜପା ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଘଟଣାରେ ସେମାନେ ଗିରଫ ହୋଇଛନ୍ତି। ଉଭୟଙ୍କୁ ପିପିଲିସ୍ଥିତ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଛି।
କେରାପୁଟର କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବୁଧବାର କଂଗ୍ରେସ ବନ୍ଦ କରିଥିଲା ଓଡ଼ିଶା। ବିଜେପି ମଧ୍ୟ ହରତାଲ କରିଥିଲା। ଏହାକୁ ନେଇ ବିଜେପି ଏକଂଗ୍ରେସ କର୍ମୀ ପିପିଲିରେ ମୁହାଁମୁହିଁ ହୋଇଥିଲେ। ବିଜେପି ନେତା ଆଶ୍ରିକ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଉଭୟଙ୍କୁ ଗିରଫ କରିଛି।








ବିଜେପି ନେତାଙ୍କୁ ଲହୁଲୁହାଣ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଏବଂ ତାଙ୍କ ପୁଅ ପ୍ରିୟବୟତ।









