ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର କୋହ୍ଲାପୁରର ଏକ ତୀର୍ଥଯାତ୍ରୀ ମିନିବସ ପଞ୍ଚଗଙ୍ଗା ନଦୀକୁ ଖସିପଡିଛି । ଏଥିରେ ୧୩ ଜଣ ପ୍ରାଣ ହରାଇଛନ୍ତି। ଭଗବାନ ଗଣେଶକୁ ଦର୍ଶନ କରି ଫେରୁଥିବାବେଳେ ଘଟିଛି ଏହି ଅଘଟଣ।

୧୭ ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ମିନିବସରେ ନଦୀ ତଳକୁ ଖସିଯାଇଛି। କୋହ୍ଲାପୁର ପୁଲିସ ଅଧିକାରୀଙ୍କ ମୁତାବକ ଶିବାଜୀ ପୁଲରେ ଏହି ଦୁର୍ଘଟଣା ରାତି ପାଖାପାଖି ୧୧.୪୫ରେ ଘଟିଥିଲା।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଜଣେ ବ୍ୟଙ୍କି ଦୁର୍ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଦୁର୍ଘଟଣା ଖବଣ ଶୁଣି ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ତା’ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ।

୩ ଜଣଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଆଉ ଜଣେ ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ଲୋକମାନେ ଗୁରୁତର ଆହତ ହୋଇଛନ୍ତି । ଏହି ସମୟରେ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ବସ୍‌ଟି ୪୫ ଫୁଟ ତଳକୁ ନଦୀକୁ ଖସିପଡିଥିଲା ।

Comment