ଓଡ଼ିଶାଲାଇଭ୍ ବ୍ୟୁରୋ

ବେଙ୍ଗାଳୁରୁରେ ଆଇପିଏଲ୍ ୧୧ ତମ ସିଜିନ୍ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିଲାମରେ ବହୁ ଦେଶୀ ଓ ବିଦେଶୀ ଖେଳାଳି ସାମିଲ ହୋଇଛନ୍ତି।

ଗତ ୧୧ ବର୍ଷ ଭିତରେ ଆଇପିଏଲରେ ଅନେକ ଟିମ ବଦଳିଛନ୍ତି, ଖେଳାଳିମାନେ ଗୋଟିଏ ଟିମ ଛାଡି ଅନ୍ୟ ଟିମରେ ସାମିଲ ହୋଇଛନ୍ତି। ଏମିତି କି ଖେଳର ନିୟମ ପର୍ଯ୍ୟନ୍ତ ବଦଳାଯାଇଛି।

୧୧ବର୍ଷ ପରେ ଯଦି କିଛି ବଦଳି ନାହିଁ ସେ ହେଉଛନ୍ତି ଅକ୍ସନର ରିଚାର୍ଡ ମେଡଲୀ। ରିଚାର୍ଡ ଗତ ୧୧ ବର୍ଷ ହେବ ଆଇପିଏଲ ନିଲାମିର ହୋଷ୍ଟ୍ କରୁଛନ୍ତି।

ଆସନ୍ତୁ ଜାଣିବା ରିଚାର୍ଡଙ୍କ ଉପରେ କିଛି ଅଜଣା କଥା..

  • ବିଶ୍ଵର କିଛି ଶ୍ରେଷ୍ଠ ଅକ୍ସନରଙ୍କ ମଧ୍ୟରୁ ଅନ୍ୟତମ ରିଚାର୍ଡ ।
  • ସେ ଇଂଲଣ୍ଡର କାଉଣ୍ଟି ଟିମ୍ ସରେ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଛନ୍ତି।
  • କ୍ରିକେଟ୍ ଖେଳିବା ପୂର୍ବରୁ ରିଚାର୍ଡ ହକି ଖେଳାଳି ମଧ୍ୟ ରହିସାରିଛନ୍ତି।
  • ମେଡଲୀ ବିବିସି ଚ୍ୟାନେଲ ପାଇଁ ଅନେକ ଶୋ ମଧ୍ୟ ହୋଷ୍ଟ୍ କରିଛନ୍ତି।
  • ରିଚାର୍ଡଙ୍କ ପିତା ଓ ଶଶୂର ମଧ୍ୟ ଥିଲେ ଜଣେ ଜଣେ ଅକ୍ସନର।
  • ଆଇପିଏଲ୍ ସହ ଯୋଡି ହେବା ପରେ ତାଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଛି ବୋଲି କହିଛନ୍ତି ରିଚାର୍ଡ।

Comment