ଓଡ଼ିଶାଲାଇଭ୍ ବ୍ୟୁରୋ

ଥରିଲା ଉତ୍ତର ଭାରତ। କାଶ୍ମୀରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସାରା ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି।
ଉତ୍ତର ଭାରତର ବିଭିନ୍ନ ଜାଗାରେ ଭୂକମ୍ପ ଝଟକା ଲାଗିଛି। ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ଏହି ଭୂକମ୍ପ ଝଟକା ଲାଗିଥିବାର ସୂଚନା ମିଳିଛି। ଆଫଗାନିସ୍ଥାନର ହିନ୍ଦୁକୋଷ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି।
ବୁଧୁବାର ଦିନ ୧୨.୪୦ ମିନିଟରେ ଏହି ଭୂକମ୍ପ ଅନୂଭବ କରାଯାଇଛି। ଭୂମକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ବେଲୁଚିସ୍ତାନରେ ବହୁ ଲୋକ ଭୂକମ୍ପରେ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ମଧ୍ୟ ବହୁ କ୍ଷତିର ସୂଚନା ମିଳିଛି।


















