ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ଉପସ୍ଥାପନ କରାଯାଇଛି ଆର୍ଥିକ ବଜେଟ୍। ୨୦୧୯ ଲୋକସଭା  ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଛନ୍ତି ଶେଷ ବଜେଟ୍।

ବ୍ୟକ୍ତିଗତ କ୍ଷେତ୍ରରେ ଆୟକର ସ୍ଲାବ୍ ଅପରିବର୍ତ୍ତିତ ରହିଛି । ପୂର୍ବଭଳି ଅଢେଇ ଲକ୍ଷ ଆୟ ଉପରେ ଟିକସ ଛାଡ କରାଯାଇଥିବା ସହ ଏମଏସଏମଇରେ ୨୫୦ କୋଟି ଆୟ ଉପରେ କର୍ପୋରେଟ ଟିକସ ୨୫ପ୍ରତିଶତକୁ ହ୍ରାସ  କରାଯାଇଛି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତରୀ ଅରୁଣ ଜେଟଲୀ।

ଆୟକର ଆଦାୟ ୯୦ ହଜାର କୋଟିକୁ ବୃଦ୍ଧି। ପ୍ରତ୍ୟକ୍ଷ କର ଆଦାୟ ୧୨.୬ ପ୍ରତିଶତକୁ ବୃଦ୍ଧି ୨୦୧୭-୧୮ ପାଇଁ ସରକାରୀ କ୍ଷତି ୫.୯୫ ଲକ୍ଷ କୋଟି ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ବର୍ତ୍ତମାନ ବିତ୍ତୀୟ ନିଅଣ୍ଟ ରହିଛି  ୩.୫ ପ୍ରତିଶତ। ବିମୁଦ୍ରାକରଣ ଯୋଗୁ ଏକହଜାର କୋଟିରୁ ଅଧିକ ଟିକସ ଆଦାୟ। ଦେଶରେ କରଦାତାଙ୍କ  ସଂଖ୍ୟା ୧୯.୨୫ ଲକ୍ଷ ବୃଦ୍ଧି।

କୃଷି ଉତ୍ପାଦନ କମ୍ପାନୀ ପାଇଁ ଶତପ୍ରତିଶତ କର ଛାଡ। କମ୍ପାନୀ ଉପରେ ଟାକ୍ସ ନେଇ  ସରକାରଙ୍କ ବଡ ଘୋଷଣା।

ବଜେଟରେ କର୍ପୋରେଟ ଟାକ୍ସ ହ୍ରାସ କଲେ ସରକାର। ୨୫୦ କୋଟି ଟଙ୍କା କାରବାର କରୁଥିବା କମ୍ପାନୀକୁ ୨୫ ପ୍ରତିଶତ ଟାକ୍ସ । ଆୟକର ଛାଡ ସୀମା ଅପରିବର୍ତ୍ତିତ ରହିଛି। ଜମାରାଶି ଉପରେ ବରିଷ୍ଠ ନାଗରିକଙ୍କ ପାଇଁ ୧୦ ହଜାରରୁ ୫୦ ପର୍ଯ୍ୟନ୍ତ ଛାଡ। ମଧ୍ୟମବର୍ଗଙ୍କ ପାଇଁ କରରେ କିଛି ବଡ ଛାଡ ନାହିଁ। ବରିଷ୍ଠ ନାଗରିକଙ୍କ ପାଇଁ କର ଛାଡ ୫୦ହଜାର ଟଂକା ଡିପୋଜିଟ ଉପରେ କର ଛାଡ କରାଯାଇଛି।

Comment