ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣ ନେତା ଏହି ତାଲିକାରେ ଅଛନ୍ତି। ନବୀନ ଫେବ୍ରୁଆରି ୧୯ ଓ ୨୧ରେ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ।

ଜମି ଆସିଲାଣି ପ୍ରଚାର। ବିଜେପୁରର ୩ଟି ବ୍ଲକରେ ପ୍ରାର୍ଥୀ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ଏହି ପ୍ରଚାରକୁ ଆହୁରି ସର୍‌ଗର୍‌ମ୍ କରିବା ପାଇଁ ବିଭିନ୍ନ ଦଳ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଛନ୍ତି।

ଦୁଇଦିନ ତଳେ ବିଜେପି ବିଜେପୁର ପାଇଁ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିବା ପରେ ଗୁରୁବାର ବିଜେଡି ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଛି। ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଥିବା ବେଳେ ୪୦ ଜଣ ନେତା ଅଛନ୍ତି। ଏହି ୪୦ ନେତାଙ୍କ ମଧ୍ୟରେ ଅଛନ୍ତି ୨୭ ବିଧାୟକ ଏବଂ ୬ ଜଣ ସାଂସଦ।

ନବୀନ ପଟ୍ଟନାୟକ ୧୯ ତାରିଖରେ ବିଜେପୁର ଯିବେ। ବିଜେଡି ପ୍ରାର୍ଥର ରିତା ସାହୁଙ୍କ ପାଇଁ ପ୍ରଚାର କରିବେ। ଏହାପରେ ନବୀନ ପୁଣି ୨୧ ତାରିଖରେ ବିଜେପୁର ଯିବେ। ଗାଇସିଲଟ ଓ ବରପାଲ୍ଲି ବ୍ଲକରେ ନବୀନ ରୋଡ ସୋ କରିବା ସହ ସମାବେଶରେ ଯୋଗଦେବେ।

ବିଜେଡି ପ୍ରାର୍ଥୀ ରିତା ସାହୁ ବିଜେପୁରର ୩ଟି ବ୍ଲକରେ ପ୍ରଚାର ଆରମ୍ଭ କରିଛନ୍ତି। ସମର୍ଥକଙ୍କ ଗହଣରେ ଘର ଘର ବୁଲି ଭୋଟରଙ୍କ ନିକଟତର ହେଉଛନ୍ତି।

ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର

ବିଜେପୁରରେ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କୁ ଜିତାଇବା ପାଇଁ ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି – ବିଧାୟକ ତଥା ବିଜେଡି ଉପ଼ସଭାପତି ବେଦପ୍ରକାଶ ଅଗ୍ରଓ୍ବାଲ, ସାଂସଦ ଏବଂ ଉପ-ସଭାପତି ଅନଙ୍ଗ ଉଦୟ ସିଂଦେଓ, ମନ୍ତ୍ରୀ ତଥା ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଜେନା, ରମେଶ ଚନ୍ଦ୍ର ମାଝି।

ବିଧାୟକ ତଥା ସାଧାରଣ ସମ୍ପାଦକ ପଦ୍ମନାଭ ବେହେରା, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ତଥାଗତ ସତପଥି, ପ୍ରତାପ ଦେବ, ବିଧାୟିକା ପ୍ରମିଳା ମଲ୍ଲିକ, କଳିକେଶ ସିଂଦେଓ, ବିଧାୟକ ଦେବାଶିଷ ନାୟକ, ସଞ୍ଜିବ ସାହୁ, ସମୀର ରଞ୍ଜନ ଦାଶ, ପୁଷ୍ପେନ୍ଦ୍ର ସିଂଦେଓ, ରାଜେନ୍ଦ୍ର ସାହୁ, ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡ଼ାଇ, ଉମାକାନ୍ତ ସାମନ୍ତରାୟ, ବ୍ରଜ କିଶୋର ପ୍ରଧାନ, ସୁଦାମ ମାର୍ଣ୍ଡି, ପ୍ରଶାନ୍ତ ଜଗଦ୍ଦେବ, ପ୍ରବଣ ବଳବନ୍ତରାୟ, ଅନୁଭବ ପଟ୍ଟନାୟକ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବ୍ୟୋମକେଶ ରାୟ, ଦିବ୍ୟଶଙ୍କର ମିଶ୍ର, ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ ଏବଂ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରମୁଖଙ୍କ ନାଁ ଷ୍ଟାର କ୍ୟାମ୍ପେନର ତାଲିକାରେ ରହିଛି।

ବିଜେପିର ଷ୍ଟାର କ୍ୟାମ୍ପେନର

ଫେବ୍ରୁଆରି ୨୪ରେ ବିଜେପୁର ଭୋଟ। ଏଥିପାଇଁ ଜୋରଦାର ହେଲାଣି ପ୍ରଚାର। ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ରାମକୃପାଲ ଯାଦବ, ରାଧାମୋହନ ସିଂହ, ସନ୍ତୋଷ ଗଙ୍ଗୱାର, ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଅଛନ୍ତି।

Comment