ଓଡ଼ିଶାଲାଇଭ୍‌ ବ୍ୟୁରୋ

  ଶରୀରରେ ରକ୍ତର ମାତ୍ରା ହ୍ରାସ ହେବା ଯୋଗୁ ଅନେକ ରୋଗ ଦେଖାଯାଏ। ଏଥିପାଇଁ ଫଳ ଆହାର ନିହାତି ଜରୁରୀ।

ଶରୀରରେ ରକ୍ତର ମାତ୍ରା କମି ଗଲେ ଅନେକ ରୋଗ ସୃଷ୍ଟି ହୋଇଥାଏ। ଏହାସହ ଶରୀରରେ ଆଳସ୍ୟତା ଦେଖାଦେବା ସହ ଆଖି ଓ ହାଡ ସମସ୍ୟା ଦେଖାଦିଏ। ଏଭଳି ସମସ୍ୟା ଦୂର ପାଇଁ ଶରୀରରେ ରକ୍ତର ମାତ୍ରା ସଠିକ୍ ରହିବା ଆବଶ୍ୟକ। ଶରୀରରେ ରକ୍ତର ମାତ୍ରା ବୃଦ୍ଧି ପାଇଁ ଫଳ ଆହାର କରିବା ଜରୁରୀ ହୋଇଥାଏ।

କେଉଁ ଫଳ ଖାଇଲେ ଶରୀରରେ ରକ୍ତର ମାତ୍ରା ବୃଦ୍ଧି ପାଇଥାଏ ଆସନ୍ତୁ ଜାଣିବା..

ଡାଳିମ୍ବ

ଡାଳିମ୍ବ ଖାଇବା ପାଟିକୁ ଯେମିତି ସ୍ଵାଦିଷ୍ଟ ସେହିପରି ଶରୀର ପାଇଁ ମଧ୍ୟ ସେତିକି ଉପଯୋଗୀ ହୋଇଥାଏ। ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିବା ପାଇଁ ଡାଳିମ୍ବରୁ ବେଶ୍ ଫାଇଦା ମିଳିଥାଏ। ଡାଳିମ୍ବରେ କ୍ୟାଲ୍‌ସିୟମ୍‌, ସୋଡିୟମ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଲୌହ ଓ ଭିଟାମିନ୍‌ ଭରପୁର ମାତ୍ରାରେ ରହିଥାଏ। ଡାଳିମ୍ବ ଖାଇବା ଦ୍ଵାରା ଶରୀରରେ ରକ୍ତର ମାତ୍ରା ବୃଦ୍ଧି ପାଏ।

ସେଓ

ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଶରୀରରେ ଲୌହର ମାତ୍ରା ବୃଦ୍ଧି ସହ ହିମୋଗ୍ଲୋବିନ୍‌ ମାତ୍ରାକୁ ବୃଦ୍ଧି କରାଏ ସେଓ।

ମୂଳା

ଶରୀରରେ ରକ୍ତର ମାତ୍ରା ବଢାଇବା ପାଇଁ ମୂଳା ବହୁତ ଉପାଦେୟ। ପ୍ରତିଦିନ ଏହା ଖାଇବା ଦ୍ଵାରା ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତର ମାତ୍ରା ବୃଦ୍ଧି ପାଏ। ମୂଳା ଓ ଡାଳିମ୍ବ ମିଶାଇ ଜୁସ୍‌ କରି ପିଇବା ଦ୍ଵାରା ଅନେକ ଫାଇଦା ମିଳିଥାଏ। ଶରୀରରେ ହିମୋଗ୍ଲୋବିନ୍‌ ମାତ୍ରା ବୃଦ୍ଧି ପାଏ।

ଅଙ୍ଗୁର

ଶରୀରରେ ରକ୍ତର ମାତ୍ରା ବୃଦ୍ଧି ପାଇ ଅଙ୍ଗୁର ବହୁତ ଫାଇଦା ମିଳିଥାଏ। ଅଙ୍ଗୁରରେ ଭିଟାମିନ୍‌, ପୋଟାସିୟମ୍‌ କ୍ୟାଲ୍‌ସିୟମ୍‌, ଆଇରନ୍‌ ଭଳି ତତ୍ତ୍ଵ ଭରି ରହିଥାଏ। ଯାହା ଶରୀରରେ ରକ୍ତ ଶର୍କରା ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଗାଜର

ପ୍ରତିଦିନ ଗାଜର ଖାଇବା ସ୍ଵାସ୍ଥ୍ୟ ପକ୍ଷେ ବେଶ୍‌ ଉପକାରୀ। ଏହାସହ ଗାଜର ଶରୀରରେ ରକ୍ତର ମାତ୍ରାକୁ ବୃଦ୍ଧି କରେ। ଗାଜର ଜୁସ୍‌ ପିଇବା ଦ୍ଵାରା ସୌନ୍ଦର୍ଯ୍ୟତା ମଧ୍ୟ ବୃଦ୍ଧି ପାଏ।

Comment