ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍‍ ଏପରି ଏକ ମାୟାନଗରୀ, ଯେଉଁଠି କିଏ ରାତାରାତି ହୋ‍ଇଯାଏ ସୁପରଷ୍ଟାର ତ କିଏ ମଧ୍ୟ ହୋ‍ଇଯାଏ ଆଉଟଡେଟେଡ ଷ୍ଟାର ଷ୍ଟାରଡମ୍‍ ସହ ବଢ଼ିଥାଏ ସେହି ସୁପରଷ୍ଟାରଙ୍କ ପ୍ରାଇସ୍‍ ଆସନ୍ତୁ ଜାଣିବା ସେପରି କେତେଜଣ ସୁପରଷ୍ଟାର ଓ ତାଙ୍କୁ ମିଳୁଥିବା ପ୍ରାଇସ୍‍ ସମ୍ପର୍କରେ

ବଲିଉଡରେ ଏମିତି ଅନେକ ସମୟରେ ଦେଖିବାକୁ ମିଳେ ଯେ ଯେତେବେଳେ ଜଣେ ଷ୍ଟାରଙ୍କର ଗୋଟିଏ ଫିଲ୍ମ ସୁପରହିଟ୍ ହୋଇଯାଏ, ସେତେବେଳେ ସେ ତାଙ୍କର ପ୍ରାଇସ୍ ବୃଦ୍ଧି କରିଥାଆନ୍ତି ଆଉ ଯଦି ଲଗାତର ଦୁଇ ତିନିଟି ସିନେମା ହିଟ୍ ହୁଏ, ତେବେ ସେମାନଙ୍କର ପ୍ରାଇସ୍ ଆକାଶ ଛୁଆଁ ହୋଇଯାଏ। ଏହା ହେଉଛି ବଲିଉଡର ଟ୍ରେଣ୍ଡ୍। ଏବେ ଆସନ୍ତୁ ଜାଣିବା ବଲିଉଡର ଲାଟେଷ୍ଟ ହାଇଏଷ୍ଟ ପେଡ୍ ସେଲିବ୍ରେଟିଙ୍କ ସମ୍ପର୍କରେ:

ବରୁଣ ଧୱନ୍

ବଲିଉଡ ହାର୍ଟଥ୍ରୋବ୍‍ ବରୁଣ ଧୱନଙ୍କ ଫିଲ୍ମଗୁଡ଼ିକ ଲଗାତାର ହିଟ୍‌ ହେବାରେ ଲାଗିଛି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦଲାପୁର’, ‘ଡିସୁମ୍’, ‘ବଦ୍ରିବାଥ୍ କି ଦୁଲହନିଆ’, ଏବଂ ‘ଜୁଡୱା-2’ ଆଦି ସୁପରହିଟ୍ ହେବା ପରେ ଏବେ ବରୁଣ ପ୍ରତି ସିନେମା ପାଇଁ ଦାବି କରୁଛନ୍ତି ୧୫ କୋଟି। ତାଙ୍କୁ ଏହି ପ୍ରାଇସ୍‌ରେ ବି ‘ସୁଇଧାଗା’ର ପ୍ରଯୋଜକ ଚୁକ୍ତିବଦ୍ଧ କରିଥିବା କୁହାଯାଉଛି।

ରଣବୀର ସିଂହ

ରଣବୀର ସିଂହଙ୍କ ପୂର୍ବ ଫିଲ୍ମ ‘ବେଫିକ୍ରେ’ ଫ୍ଲପ୍ ହେବା ପରେ ସେ ଟିକେ ଥମେଇ ଯାଇଥିଲେ। ହେଲେ ‘ପଦ୍ମାବତ୍’ ସୁପରହିଟ୍ ହେବା ପରେ ରଣବୀର ନିଜର ପ୍ରାଇସ୍ ବଢ଼ାଇଛନ୍ତି। ଏବେ ସେ ନିଜର ନୂଆ ପ୍ରାଇସ୍ ରଖିଛନ୍ତି ୧୩ କୋଟି ଟଙ୍କା। ଆଗରୁ ‘ପଦ୍ମାବତ୍’ ପାଇଁ ତାଙ୍କୁ ମିଳିଥିଲା ୧୦ କୋଟି, ଏବେ ରଣବୀର ସିଂହଙ୍କ ହାତରେ ରହିଛି ‘ଗୁଲ୍ଲିବିୟ’, ‘ସିମ୍ବା’ ଓ ‘83’।

ଦୀପିକା ପାଦୁକୋନ

ବଲିଉଡର ହିଟ୍ ହିରୋଇନ୍ ଦୀପିକା ପାଦୁକୋନ୍ ସଂଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ୍’ରେ ୧୨ କୋଟି ଟଙ୍କା ନେଇଥିଲେ। ସେ ଏବେବି ସେହି ପ୍ରାଇସକୁ ସ୍ଥିର ରଖିଛନ୍ତି। ଏହାଠାରୁ କମ୍ ପାରିଶ୍ରମିକରେ ସେ କାମ କରିପାରିବେ ନାହିଁ ବୋଲି ସୂଚନା ମିଳିଛି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ବଲିଉଡର ଜଣେ ନାମୀଦାମୀ ନାୟିକା ଭାବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମୂଳରୁ ନିଜର ଜୟଯାତ୍ରା ଜାରି ରଖିଛନ୍ତି। ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାଇସରେ କମ୍ପ୍ରୋମାଇଜ୍ କରୁଥିଲେ। ହେଲେ ଏବେ ତାହା କରୁନଥିବା କୁହାଯାଉଛି। ‘ଏ ଦିଲ୍‌ ହେ ମୁସ୍କିଲ୍’ ହିଟ୍ ହେବା ପରଠୁ ଐଶ୍ୱର୍ଯ୍ୟ ୧୦ କୋଟି ଟଙ୍କା ନେଇଛନ୍ତି। ସେ ନିକଟରେ ‘ଦିନ୍ ଔର୍ ରାତ୍’ର ରିମେକ୍‍ ପାଇଁ ସେତିକି ପ୍ରାଇସ୍ ଦେଥିବା କୁହାଯାଇଛି।

କଙ୍ଗନା ରାନାୱତ

ବଲିଉଡର କୁଇନ୍ କଙ୍ଗନା ରାନାୱତ ନିଜ କାନ୍ଧରେ ସିନେମାକୁ ବୋହି ନେବାର କ୍ଷମତା ରଖୁଥିବା ହେତୁ ସେ ବି ନିଜର ପ୍ରାଇସରେ ଆଜିକାଲି କମ୍ପ୍ରମାଇଜ୍ କରୁନାହାନ୍ତି। ସେ ଆଜିକାଲି ପ୍ରତ୍ୟେକ ଫିଲ୍ମ ପାଇଁ ୧୧ କୋଟି ଟଙ୍କା ନେଉଥିବା ଜଣାଯାଇଛି। ତାଙ୍କର ଅପ୍‌କମିଂ ଫିଲ୍ମ ହେଲା ‘ମଣିକର୍ଣ୍ଣିକା’।

ପ୍ରିୟଙ୍କା ଚୋପ୍ରା

ଗତ ବର୍ଷ ପ୍ରିୟଙ୍କା ଚୋପ୍ରା ବଲିଉଡ ଅପେକ୍ଷା ହଲିଉଡରେ ଅଧିକ ସକ୍ରିୟ ଥିବା ହେତୁ ତାଙ୍କ ହାତରେ ଏବେ କୌଣସି ହିନ୍ଦୀ ସିନେମା ନାହିଁ। ତଥାପି ତାଙ୍କର କ୍ରେଜ୍ କମି ନାହିଁ। ସେ ଗୋଟିଏ ହିନ୍ଦୀ ଫିଲ୍ମରେ ଅଭିନୟ କରିବା ଲାଗି ୧୦ କୋଟି ଟଙ୍କାର ପାରିଶ୍ରମିକ ଦାବି କରୁଛନ୍ତି।

ସଲମାନ୍ ଖାନ୍, ଶାହାରୁଖ ଖାନ୍, ଅମୀର ଖାନ୍, ହ୍ରିତିକ ରୋଶନ ଓ ଅକ୍ଷୟ କୁମାରଙ୍କ ଭଳି ସୁପରଷ୍ଟାରମାନେ ସିଧାସଳଖ ଫିସ୍ ନ ନେଇ ସେମାନେ ଲାଭାଂଶରେ ନିର୍ଦ୍ଦିଷ୍ଟ ପ୍ରତିଶତ ଅର୍ଥ ଦାବି କରୁଥିବା କୁହାଯାଉଛି। ଅମୀର ଖାନ୍ ଲାଭାଂଶର ୮୦ ପ୍ରତିଶତ ଅର୍ଥ ନେଉଥିବା ବେଳେ ସଲମାନ୍ ଖାନ୍ ୬୦ ପ୍ରତିଶତ ଓ ଶାହାରୁଖ ଖାନ୍ ୫୦ ପ୍ରତିଶତ ଅର୍ଥ ଦାବି କରୁଥିବା ଜଣାଯାଏ।

Comment