ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀରେ କଂଗ୍ରେସ ନେତା ଓ ପୀଡ଼ିତାଙ୍କ ପରିବାରବର୍ଗ ଧାରଣାରେ ବସିଛନ୍ତି। ସିବିଆଇ ତଦନ୍ତ ଦାବି କରିଛନ୍ତି।

ଦିଲ୍ଲୀରେ ଦେଖିବାକୁ ମିଳିଛି କୁନ୍ଦୁଲି ତାତି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ନେତା ଏବଂ ପୀଡ଼ିତାଙ୍କ ପରିବାର ସଂସଦ ମାର୍ଗରେ ଧାରଣା ଦେଇଛନ୍ତି। ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝି ଧାରଣାରେ ବସିଛନ୍ତି।

“କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବାର ମାସେ ବିତିଥିଲେ ବି ଘଟଣା ଉପରୁ ପରଦା ହଟିନି। ସିବିଆଇ ତଦନ୍ତ ଦାବି ହେଉଥଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସିବିଆଇ ତଦନ୍ତ କରିବାକୁ ଆମେ ଦାବି କରୁଛୁ”, କହିଛନ୍ତି ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ।

୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲିର ଜନୈକା ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୪ ଜଣ ଯବାନଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ ପୀଡ଼ିତା। ହେଲେ ଏଥିରେ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ସେତେବେଳେ ପୋଲିସ୍ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ।

ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟରେ ପ୍ରବଳ ତୁମ୍ବିତୋଫାନ୍ ହୋଇଥିଲା। ପୀଡ଼ିତାଙ୍କୁ ପ୍ରଥମେ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପୀଡ଼ିତାଙ୍କ ଗାଁର ୪ ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ହେଲେ ସତ୍ୟାସତ୍ୟ ଜଣାପଡ଼ି ନଥିଲା।

Comment