ଓଡ଼ିଶାଲାଇଭ୍ ବ୍ୟୁରୋ

- ସକାଳ ୬ଟା୩୦ରୁ ସାଢ଼େ ୧୦ଟା ଯାଏଁ ଚାଲିବ ସ୍କୁଲ
- ମାର୍ଚ୍ଚ ୩୧ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ
- ମେ ୪ରୁ ଗ୍ରୀଷ୍ମ ଅବକାଶ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ସକାଳୁଆ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବ। ଏନେଇ ରାଜ୍ୟ ସରକାର ନୋଟିସ ଜାରି କରିଛନ୍ତି। ସମସ୍ତ ସ୍କୁଲ ସକାଳ ୬ଟା୩୦ରୁ ଆରମ୍ଭ ହୋଇ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ। ଦିନ ୧୦ଟାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ନୋଟିସରେ ଉଲ୍ଲେଖ ରହିଛି।
୨୦୧୮-୧୯ ଶିକ୍ଷା ବର୍ଷ ଏପ୍ରିଲ ୩ରୁ ଆରମ୍ଭ ହେଉଛି। ୨ ତାରିଖରୁ ପ୍ରବେଶ ଦିବସ ଭାବେ ପାଳନ କରିବାକୁ କୁହାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ସ୍କୁଲର ପରୀକ୍ଷା ଶେଷ କରିବାକୁ କୁହାଯାଇଛି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ପାଣି ବୋତଲ ଏବଂ ଛତା ଆଣିବାକୁ ପରାମର୍ଶ ଦିଆଯାଇଛି। ମେ ୪ ତାରିଖରୁ ଗ୍ରୀଷ୍ମ ଆବକାଶ ଆରମ୍ଭ ହେବ।
















ଖବର ଅତି ଜରୁରୀ ଥିଲା ।