ଓଡ଼ିଶାଲାଇଭ୍ ବ୍ୟୁରୋ

ଖରାଛୁଟି ପରେ ଜୁନ ୨୧ ତାରିଖରୁ ଖୋଲିଛି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ। ରାଜ୍ୟର ୭ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ବୁଧବାରଠାରୁ ପାଠପଢ଼ା ଆରମ୍ଭ ହୋଇଛି।

ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଜୁନ ୨୨ ତାରିଖରେ ସ୍କୁଲ ଖୋଲିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଥିବାବେଳେ ଆସନ୍ତା ୨୩ ତାରିଖରେ ବରଗଡ଼ ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ସ୍କୁଲ ଖୋଲିବ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ସବୁ ଜିଲ୍ଲରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ଆସନ୍ତା ୨୬ ତାରିଖରୁ ନିୟମିତ ପାଠପଢ଼ା ହେବ ବୋଲି କୁହାଯାଇଛି।

Tags: #Education #School #Odisha #SchoolReopen #SummerVacation

Comment