ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ରାଜ୍ୟ ସରକାର ସଂଗ୍ରହାଳୟରେ ପରିଣତ କରିଛନ୍ତି। ଏହି ସଂଗ୍ରହାଳୟ ୧୭ ତାରିଖରେ ଲୋକାର୍ପଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବୁଧବାର ଅପରାହ୍ଣରେ ବିଜୁଙ୍କ ଝିଅ ଗୀତା ମେହେଟ୍ଟା ଆନନ୍ଦ ଭବନ ପରିଦର୍ଶନ କରିଛନ୍ତି।
ଗୀତା ଆନନ୍ଦ ଭବନରେ ପ୍ରାୟ ୪୫ ମିନିଟ୍ ରହିବା ସହ ଉଦ୍ଘାଟନୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।
ଅପରପକ୍ଷେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମୀକ୍ଷା କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ରାଷ୍ଟ୍ରପତି ଯେଉଁ ରାସ୍ତା ଦେଇ ଯିବେ ତାର ମରାମତି କାମ ଶେଷ କରିବାକୁ ବୈଠକରେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନେତାଜୀ ମ୍ୟୁଜିୟମ୍, ଆନନ୍ଦ ଭବନ ଏବଂ ଇଣ୍ଡୋର ଷ୍ଟାଡିୟମର ସାଜସଜା ଉପରେ ଆଲୋଚନା ହୋଇଥିଲା।














