ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ଆସନ ପାଇଁ ୭ଟି ରାଜ୍ୟରେ ଶୁକ୍ରବାର ହୋଇଥିଲା ଭୋଟ। ମୋଟ ୨୬ଟି ଆସନ ପାଇଁ ହୋଇଥିଲା ମତଦାନ। ହେଲେ ବିଜେପି ଏହି ନିର୍ବାଚନରେ ଅଧିକ ସଂଖ୍ୟକ ଆସନ ପାଇଛି।

୨୬ଟି ଆସନରୁ ବିଜେପି ୧୧ଟି ପାଇଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୫ଟି ଆସନ। ସେହିପରି ତୃଣମୂଳ କଂଗ୍ରେସ ୪ଟିରେ ବିଜୟୀ ହୋଇଥିବା ବେଳେ ଟିଆର୍‌ଏସ୍‌ ୩ଟି, ଜେଡି(ୟୁ) ଏବଂ ସମାଜବାଦୀ ପାର୍ଟି ଗୋଟିଏ ଲେଖାଏଁ ଆସନ ପାଇଛନ୍ତି। ଏହି ବିଜୟ ପରେ ରାଜ୍ୟସଭାରେ ବିଜେପିର ମୋଟ ଆସନ ସଂଖ୍ୟା  ୭୨ ଛୁଇଁଛି।

୧୭ ରାଜ୍ୟର ୫୮ ଜଣ ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ-ମେରେ ଶେଷ ହେଉଛି। ଏଥିପାଇଁ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ନିୟମ ଅନୁଯାୟୀ ଆଜି ମତଦାନର ତାରିଖ ଥିଲା। କିନ୍ତୁ ୧୭ଟି ରାଜ୍ୟରୁ ୧୦ଟି ରାଜ୍ୟରେ ୩୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

ଉତ୍ତର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳରେ ନିର୍ବାଚନ ହୋଇଥିଲା। ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ପଶ୍ଚିମବଙ୍ଗରେ କଂଗ୍ରେସ ଗୋଟିଏ ଏବଂ ତୃଣମୂଳ କଂଗ୍ରେସ ୩ଟିରେ ବିଜୟୀ ହୋଇଛି। ,ଠାରେ ଯେଉଁ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି ତାଙ୍କୁ ତୃଣମୂଳ କଂଗ୍ରେସ ସମର୍ଥନ କରିଥିଲା। ତେଲେଙ୍ଗାନାର ସମସ୍ତ ୩ଟି ଯାକ ଆସନରେ ଟିଆର୍‌ଏସ୍‌ ବିଜୟୀ ହୋଇଛି। ଝାଡ଼ଖଣ୍ଡର ଗୋଟିଏ ଆସନ ବିଜେପି ଏବଂ ଆଉ ଗୋଟିଏରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

କେରଳରେ ଜନତା ଦଳ (ୟୁନାଇଟେଡ) ଗୋଟିଏ ଆସନରେ ବିଜୟୀ ହୋଇଛି। କର୍ଣ୍ଣାଟକରେ କଂଗ୍ରେସକୁ ୩ ଏବଂ ବିଜେପିକୁ ଗୋଟିଏ ଆସନ ମିଳିଛି। ଉତ୍ତରପ୍ରଦେଶର ୧୦ଟି ଆସନ ପାଇଁ ହୋଇଥିଲା ଭୋଟ। ୯ଟି ଫଳାଫଳ ଜଣାପଡ଼ିଛି। ସେଥିମଧ୍ୟରୁ ବିଜେପି ପ୍ରାର୍ଥୀ ୮ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି ଗୋଟିଏ ଆସନ ପାଇଛି।

Comment