ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ମଧ୍ୟରାତିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ମୁଖ୍ୟ ଗେଟ୍ ନିକଟରେ ଏକ ଟ୍ରାକ୍ଟର ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର୍‌ରେ ଥିବା ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଏବଂ ତାଙ୍କ ସ୍ତ୍ରୀ ପ୍ରୀତି ରାୟ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଉଭୟଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ଏବେ ବିପଦମୁକ୍ତ ଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।

ପୁରୀ ରେଲୱେ ଷ୍ଟେସନରେ ନାଲକୋ ପକ୍ଷରୁ  ଦିଆଯାଇଥିବା ଚାରି ଚକିଆ ବ୍ୟାଟେରି କାର୍ ଲୋକାର୍ପଣ ଉତ୍ସବରେ ଯୋଗଦେଇ ଡକ୍ଟର ଚାନ୍ଦ ଓ ତାଙ୍କ ସ୍ତ୍ରୀ ରାତି ପ୍ରାୟ ୧୧.୪୦ ମିନିଟ୍ ସମୟରେ  (ଓଡ଼ି ୩୩ ଇ ୫୦୧୭ ) କାରରେ ଭୁବନେଶ୍ୱର ଫେରୁଥିଲେ। ବିପରୀତ ଦିଗରୁ ଭୁଲ୍ ପାର୍ଶ୍ୱରେ ଆସୁଥିବା ଏକ ନମ୍ବର ବିହୀନ ମାଟି ବୋଝେଇ ଟ୍ରାକ୍ଟର କାର୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ ଆଗପଡ଼ ଭାଙ୍ଗି ଚୁର୍‌ମାର୍ ହୋଇଯାଇଥିଲା।

ଡକ୍ଟର ଚାନ୍ଦ ଏବଂ ତାଙ୍କ ସ୍ତ୍ରୀ କାର୍ ଭିତରେ ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।

Comment