ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ବଲିଉଡ୍ ସେଲିବ୍ରିଟିମାନେ ଗୋଟିଏ ଫିଲ୍ମରେ କାମ କରିବା ଲାଗି କୋଟି କୋଟି ଟଙ୍କା ନେଉଛନ୍ତି। ସେମାନେ ବିଜ୍ଞାପନ ବାବଦରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ବଲିଉଡରେ କାହାର ପ୍ରାଇସ୍ ୫୦କୋଟି ତ କାହାର ୨୦କୋଟି। ହେଲେ ଆପଣ ଜାଣନ୍ତି କି? ଏହି ସେଲିବ୍ରିଟିମାନଙ୍କ ମଧ୍ୟରୁ କାହାର ପ୍ରଥମ ପାରିଶ୍ରମିକ ଥିଲା ମାତ୍ର ୧୦୦ ଟଙ୍କା ତ ପୁଣି କାହାର ୨୫ ଟଙ୍କା ଥିଲା।
ଆସନ୍ତୁ ଜାଣିବା କିଛି ଟପ୍ ସେଲିବ୍ରିଟିଙ୍କର ପ୍ରଥମ ପାରିଶ୍ରମିକ କେତେ ଥିଲା….
ରିତିକ୍ ରୋଶନ୍
ବଲିଉଡ୍ ସୁପରଷ୍ଟାର୍ ରିତିକ୍ ରୋଶନ୍ ହେଉଛନ୍ତି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଜେ ଓମ୍ ପ୍ରକାଶଙ୍କ ନାତି। ରିତିକ୍ ସର୍ବପ୍ରଥମେ ଜେ ଓମ୍ ପ୍ରକାଶଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ଆଶା’ରେ ଶିଶୁ କଳାକାର ରୂପେ ନଜର ଆସିଥିଲେ। ସେହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ମାତ୍ର ଶହେ ଟଙ୍କା। ଏହା ଥିଲା ତାଙ୍କର ପ୍ରଥମ ପାରିଶ୍ରମିକ। ଏହି ଟଙ୍କାରେ ସେ ଏକ ଖେଳନା କିଣିଥିଲେ। ସେତେବେଳକୁ ରିତିକ୍ ରୋଶନଙ୍କର ବୟସ ଥିଲା ମାତ୍ର ୭ ବର୍ଷ।
ଶାହାରୁଖ୍ ଖାନ୍
ବଲିଉଡ୍ ବାଦଶାହା ଶାହରୁଖ୍ ଖାନ୍ ପିଲାଦିନେ ପ୍ରଥମେ ୫୦ ଟଙ୍କାର ପାରିଶ୍ରମିକ ପାଇଥିଲେ। ସେ ପ୍ରଖ୍ୟାତ ଗଜଲ୍ ଗାୟକ ପଙ୍କଜ ଉଦାସଙ୍କ ଏକ ଗଜଲ୍ ପ୍ରୋଗ୍ରାମରେ ଲୋକଙ୍କୁ ସିଟ୍ ପାଖରେ ପହଞ୍ଚାଇବାର କାମ କରିଥିଲେ। ଏଥିପାଇଁ ତାଙ୍କୁ ୫୦ ଟଙ୍କା ମିଳିଥିଲା ଓ ସେହି ଅର୍ଥରେ ଶାହରୁଖ୍ ତାଜମହଲର ଟିକେଟ୍ କିଣିଥିଲେ।
ଇରଫାନ୍ ଖାନ୍
ବଲିଉଡ୍ ଓ ହଲିଉଡର ଖ୍ୟାତନାମା ଅଭିନେତା ଇରଫାନ୍ ଖାନ୍ କିଶୋରାବସ୍ଥାରେ ଛୋଟ ଛୋଟ ପିଲାଙ୍କୁ ଟିଉସନ୍ ପଢ଼ାଉଥିଲେ। ସେ ପ୍ରଥମ ମାସରେ ଟିଉସନ୍ ପଢ଼ାଇ ୨୫ଟଙ୍କା ପାଇଥିଲେ। ଏହି ଟଙ୍କାରେ ଇରଫାନ୍ ଖାନ୍ ଏକ ସାଇକେଲ୍ କିଣିଥିଲେ।
ଅମିର୍ ଖାନ୍
ମିଷ୍ଟର ପରଫେକ୍ଟରନିଷ୍ଟ ଅମିର୍ ଖାନ୍ ଶିଶୁ କଳାକାର ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ, ହେଲେ ସେତେବେଳେ ତାଙ୍କୁ କିଛି ପଇସା ମିଳିନଥିଲା, କାରଣ ତାହା ହୋମ୍ ପ୍ରଡକ୍ସନର ସିନେମା ଥିଲା। ତେବେ ସେ ପ୍ରଥମେ ‘ପାରାନୋଇଆ’ ସିନେମାରେ ସହକାରୀ ନିର୍ଦ୍ଦେଶନକ ଭାବେ କାମ କରି ଏକ ହଜାର ଟଙ୍କାର ପାରିଶ୍ରମିକ ପାଇଥିଲେ। ଏହି ଟଙ୍କା ଅମୀର ମାଆଙ୍କୁ ଦେଇଥିଲେ। ବଲିଉଡର ପ୍ରଭାବଶାଳୀ ଅଭିନେତ୍ରୀ ରିଚା ଚଢ଼ାଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ, ସେତେବେଳେ ସେ ଦୂରଦର୍ଶନର ଏକ କାର୍ଯ୍ୟକ୍ରମରେ ପରଫରମାନ୍ସ ଦେଇଥିଲେ। ତାଙ୍କୁ ଏହି ବାବଦରେ ୨୦୦ଟଙ୍କାର ଏକ ଶାଢ଼ି ମିଳିଥିଲା। ସେ ସେହି ଶାଢ଼ିଟିକୁ ଆଣି ତାଙ୍କ ବାପାଙ୍କୁ ଦେଇଥିଲେ।
ଅର୍ଜୁନ କପୁର
ଅର୍ଜୁନ କପୁର ଫିଲ୍ମରେ ଅଭିନୟ କରିବା ଆଗରୁ ସହକାରୀ ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ଏକ ଫିଲ୍ମରେ ଆସିଷ୍ଟାଣ୍ଡ ଡିରେକ୍ଟର ଭାବେ କାମ କରି ଅର୍ଜୁନ୍ ପାଇଥିଲେ ପ୍ରଥମ ଦରମା। ଏହାର ପରିଣାମ ହେଲା ୩୫ ହଜାର ଟଙ୍କା। ଅର୍ଜୁନ ସେହି ପଇସାରେ ନିଜର ବ୍ୟାଙ୍କ ଜମା ଖାତା ଖୋଲିଥିଲେ।
ସୋନମ୍ କପୁର
ସୋନମ୍ କପୁର ଶିକ୍ଷା ଶେଷ କରିବା ପରେ ପ୍ରଥମେ ସିଙ୍ଗାପୁରରେ ୱେଟର୍ସ ଭାବେ କାମ କରିଥିଲେ। ଏହାପରେ ସେ ପ୍ରଖ୍ୟାତ ନିର୍ମାତା– ନିର୍ଦ୍ଦେଶନା ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ବ୍ଲାକ୍’ରୁ ଆସିଷ୍ଟାଣ୍ଡ ଡିରେକ୍ଟର ଭାବେ କାମ କରିଥିଲେ। ଏଥିପାଇଁ ତାଙ୍କୁ ପାରିଶ୍ରମିକ ଭାବେ ୩ ହଜାର ଟଙ୍କା ମିଳିଥିଲା। ସୋନମ କପୁର ଏହି ଟଙ୍କା ଘରକାମରେ ବିନିଯୋଗ କରିଥିଲେ।
ରଣଦୀପ ହୁଡା
ବଲିଉଡର ଅନ୍ୟତମ ପ୍ରତିଭାବାନ୍ ଅଭିନେତା ରଣଦୀପ ହୁଡା ଅଷ୍ଟ୍ରେଲିଆରେ ପ୍ରଥମେ ଏକ ଚାଇନିଜ୍ ରେସ୍ତୋରାଁରେ କାମ କରୁଥିଲେ। ସେଠାରେ କାମ କରି ସେ ପ୍ରଥମ ମାସର ଦରମା ବାବଦରେ ପାଇଥିଲେ ମାତ୍ର ୩୬୦ ଟଙ୍କା। ସେହି ଅର୍ଥରେ ରଣଦୀପ୍ କେନ୍ କିଣିଥିଲେ।

















