ଓଡ଼ିଶାଲାଇଭ୍ ବ୍ୟୁରୋ

‘ସୁପର ହ୍ୟୁମାନ ୱିପନ’ର ଟ୍ରେଲର ରିଲିଜ, ନୂଆ ଅବତାରରେ ଆସୁଛନ୍ତି କଟ୍ଟପ୍ପା

ନୂଆ ରୂପରେ ପରଦାରେ ରାଜ କରିବାକୁ ଯାଉଛନ୍ତି ବାହୁବଳୀ ଚଳଚିତ୍ରର କଟ୍ଟପ୍ପା। ସୁପର ହ୍ୟୁମାନ ହୋଇ ଆସୁଛନ୍ତି କଟ୍ଟପ୍ପା। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୁପର ହ୍ୟୁମାନ ୱିପନ’ର ଟ୍ରେଲର ରିଲିଜ ହୋଇଛି।

ଆକ୍ସନଭରା ଚଳଚିତ୍ର ‘ସୁପର ହ୍ୟୁମାନ ୱିପନ’ର ଟ୍ରେଲର ରିଲିଜ ପରେ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ଚଳଚ୍ଚିତ୍ରକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ବଢ଼ିଯାଇଛି।​ସାଉଥ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ବାହୁବଳୀ’କୁ କେହି ଭୁଲି ନଥିବେ। ଚଳଚ୍ଚିତ୍ରରେ ବାହୁବଳୀ ବିଷୟରେ ଯେତିକି ଆଲୋଚନା ହୋଇଥିଲା, ସେତିକି ଚର୍ଚ୍ଚାରେ ଥିଲେ ତାଙ୍କ ଅଙ୍ଗରକ୍ଷକ କଟ୍ଟପ୍ପା। ‘ବାହୁବଳୀ ୧’ ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ କଟ୍ଟପ୍ପା ବାହୁବଳୀଙ୍କୁ କାହିଁକି ମାରିଲେ, ଯାହାର ଉତ୍ତର ମିଳିଥିଲା ‘ବାହୁବଲୀ ୨’ରେ। ଉଭୟ ଚଳଚିତ୍ରରେ ଦର୍ଶକଙ୍କ ମନ ଜିଣିଥିଲେ କଟ୍ଟପ୍ପା।‘ସୁପର ହ୍ୟୁମାନ ୱିପନ୍‌’ରେ ସତ୍ୟରାଜଙ୍କ ସହ ବସନ୍ଥ ରବି, ତାନ୍ୟା ହୋପ୍, ରାଜୀବ ମେନନ୍ ଏବଂ ରାଜୀବ ପିଲ୍ଲାଇଙ୍କ ଭଳି ଅଭିନେତାମାନେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଏକ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର, ଯାହା ସାରା ଭାରତରେ ମୁକ୍ତିଲାଭ କରିବ।

Tags: #Movie #SuperHumanWeapon #TrailerRelease #Kattappa #Sathyaraj

Comment