ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଭାରତୀୟ ସିନେମା ‘କେଜିଏଫ୍-୨’ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି। ଏବେ ଖବର ଆସିଛି ଏହି ସିନେମାଟି ଆଉ ଏକ ରେକର୍ଡ କରିଛି। ‘କେଜିଏଫ-୨’ର ଓଟିଟି ରାଇଟ୍ସ ବିକ୍ରି ହୋଇଛି। ଏହାକୁ ଭାରତର ସବୁଠାରୁ ବଡ଼ ଓଟିଟି ଡିଲ୍ ବୋଲି କୁହାଯାଉଛି। ୟଶଙ୍କର ଏହି ସିନେମାର ଓଟିଟି ରାଇଟ୍ସ ୩୨୦ କୋଟି ଟଙ୍କାରେ ବିକ୍ରି କରାଯାଇଥିବା ଚର୍ଚ୍ଚା ହେଉଛି।

ବକ୍ସ ଅଫିସରେ ‘କେଜିଏଫ୍-୨’ ଭଲ ବ୍ୟବସାୟ କରିଛି। କନ୍ନଡ଼ ଅଭିନେତା ୟଶ, ସଞ୍ଜୟ ଦତ୍ତ ଏବଂ ରବୀନା ଟଣ୍ଡନଙ୍କ ଅଭିନିତ ସିନେମା ‘କେଜିଏଫ୍-୨’ ବକ୍ସ ଅଫିସରେ ଏମିତି ରେକର୍ଡ କରିଛି, ଯାହା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିଜର ହୋସ୍ ଉଡ଼ାଇ ଦେଇଛି। ଏହି ସିନେମାଟି କେବଳ ହିନ୍ଦୀ ଭାଷାରେ ୪୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି।

୨୦୨୨ର ବ୍ଲକବଷ୍ଟର ସିନେମା ସାବ୍ୟସ୍ତ ହୋଇଛି ‘କେଜିଏଫ୍-୨’। କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହି ସିନେମାର କ୍ରେଜ୍ ଏଯାଏଁ ଜାରି ରହିଛି। ଆଉ ଗୋଟେ ପଟେ ଏହି ସିନେମାଟିର ଆୟକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେବାରେ ଲାଗିଛନ୍ତି। ସିନେମାଟି ରିଲିଜ୍ ହେବାର ୩ ସପ୍ତାହ ପରେ ମଧ୍ୟ ହାଉସ୍ ଫୁଲ ଜାରି ରହିଲା। 

ଓଟିଟି ପ୍ଲାଟଫର୍ମରେ ଆସିବ ‘କେଜିଏଫ୍-୨’

ଯେଉଁମାନେ ହଲ୍‌ରେ ‘କେଜିଏଫ୍-୨’ ଦେଖିନାହାନ୍ତି ସେମାନଙ୍କ ପାଇଁ ଏବେ ଖୁସି ଖବର ରହିଛି। ଖୁବ୍ ଶୀଘ୍ର ୟଶଙ୍କ ସିନେମା ‘କେଜିଏଫ୍-୨’ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି। ସିନେମା ଘରେ ଦେଖିବାକୁ ସୁଯୋଗ ପାଉନଥିବା ଦର୍ଶକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ଜାରି ରହିଛି ‘କେଜିଏଫ୍-୨’ର ରୋଜଗାର

ଏକ ରିପୋର୍ଟ ଅନୁସାରେ ‘କେଜିଏଫ୍-୨’ର ଓଟିଟି ରାଇଟ୍ସ ବିକ୍ରି ହୋଇସାରିଛି। ଏତେ ଟଙ୍କାରେ ବିକ୍ରି ହୋଇଛି ଯେ ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି। ସିନେମାଟିକୁ ୩୨୦ କୋଟି ଟଙ୍କାରେ ବିକ୍ରି କରାଯାଇଥିବା ଚର୍ଚ୍ଚା ହେଉଛି। ବିଶ୍ଵସ୍ତରରେ ଏହି ସିନେମାଟିର ଚାହିଦା ଏବଂ ରୋଜଗାରକୁ ଦେଖିଲେ ଓଟିଟି ପ୍ଲାଟଫର୍ମରେ ମହଙ୍ଗା ଦାମରେ ବିକ୍ରି ହେବାର ଥିଲା ବୋଲି କିଛି ସିନେପ୍ରେମୀ କହିଛନ୍ତି। 

ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ ‘କେଜିଏଫ୍-୨’ କେଉଁ ପ୍ଲାଟଫର୍ମରେ ଆସିବ। ଆମାଜନ ପ୍ରାଇମ୍ ଫିଲ୍ମଟିକୁ କିଣିବ ବୋଲି ପୂର୍ବରୁ ଶୁଣିବାକୁ ମିଳୁଥିଲା। କିନ୍ତୁ ଏ ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ।

Tags: #Entertainment #Movie #SouthIndianCinema #KGF2 #BoxOfficHitMovie

Comment