ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୨୫ ତାରିଖରେ ହେବ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା। ଏନେଇ ସିବିଏସ୍‌ଇ କର୍ତ୍ତୃପକ୍ଷ ଶୁକ୍ରବାର ଅପରାହ୍ଣରେ କରିଛନ୍ତି ଘୋଷଣା। ତେବେ ଦଶମ ଶ୍ରେଣୀର ଗଣିତ ପରୀକ୍ଷା କେବେ ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଗଣିତ ପରୀକ୍ଷା ଜୁଲାଇ ମାସରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଶିକ୍ଷା ବିଭାଗ ସଚିବ ଅନିଲ ସ୍ୱରୂପ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ସାରା ଦେଶରେ ଏପ୍ରିଲ ୨୫ ତାରିଖରେ ଅନୁଷ୍ଠିତ ହେବ। ଦଶମ ଶ୍ରେଣୀର ଗଣିତ ପରୀକ୍ଷା ଜୁଲାଇ ମାସରେ କରାଯିବାର ସମ୍ଭାବନା ରହିଛି। ଏହି ପରୀକ୍ଷା କେବଳ ଦିଲ୍ଲୀ ଏବଂ ହରିୟାଣାରେ ହେବ। ଏ ସମ୍ପର୍କରେ ଆଗାମୀ ୨୫ ଦିନ ଭିତରେ ନିଷ୍ପତ୍ତି ନିଆଯିବ।”

ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆଜି ଦିଲ୍ଲୀରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏବିଭିପି ଏବଂ ଏନ୍‌ଏସ୍‌ୟୁଆଇର ପ୍ରତିନିଧି ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ଭେଟି ଆଲୋଚନା କରିଥିଲେ।

ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ ଜାରି ରଖିଛି। ଶୁକ୍ରବାର ପରୀକ୍ଷା ନିୟନ୍ତ୍ରକଙ୍କୁ ୪ ଘଣ୍ଟା ଜେରା କରିଛି।

LEAVE A REPLY

Please enter your comment!
Please enter your name here