ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ୍ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩ହଜାର ୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ।

ପଦୋନ୍ନତି ପାଇବା ଫଳରେ ବିଭିନ୍ନ ବିଷୟ ପାଇଁ ଆବଶ୍ୟକ ଥିବା ଶିକ୍ଷକ ପଦବୀ ପୂରଣ ହେବ। ଏଥିସହ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ଖାଲିଥିବା ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ପୂରଣ ହେବ ବୋଲି ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।ଏହା କାର୍ଯ୍ୟକାରୀ ହେବା ଦ୍ୱାରା ୫-ଏ ସ୍ତରରେ ଥିବା ୨୯ହଜାର ୭୫୯ ଜଣ ସହକାରୀ ଶିକ୍ଷକ ୫-ବି କୁ ପଦୋନ୍ନତି ପାଇବେ। ୫-ବି ସ୍ତରରେ ଥିବା ୨୯ହଜାର ୭୫୯ ଜଣ ବରିଷ୍ଠ ଶିକ୍ଷକ ଲେଭଲ-୪ କୁ ପଦୋନ୍ନତି ପାଇବେ। ସେହିପରି ଲେଭଲ-୪ରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ସୁଦ୍ଧା ପଦୋନ୍ନତି ପାଇବେ।

ଲେଭଲ ୫-ବି ରେ ଥିବା ଶିକ୍ଷକଙ୍କ ରେସିଡେନ୍ସି ପିରିୟଡକୁ ଏକ ବର୍ଷରୁ ୬ ମାସକୁ ହ୍ରାସ କରାଯାଇଛି। ଲେଭଲ-୪ ରୁ ଲେଭଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡେନ୍ସି ପିରିଅଡର ସୀମା ୨ବର୍ଷରୁ ୧ ବର୍ଷ କରାଯାଇଛି।

Comment