ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୯ମ ଦିନରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ତେଜସ୍ୱିନୀ ଓ ଅନିଶ ଭନୱାଲା ସୁଟିଂରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ଭେଟିଦେଇଛନ୍ତି। ଭାରତର ୧୬ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ସହ ପଦକ ସଂଖ୍ୟା ୩୪ରେ ପହଞ୍ଚିଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତ ତା’ର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ଜାରି ରଖିଛି। ପ୍ରଥମେ ସୁଟିଂରେ ତେଜସ୍ୱିନୀ ସ୍ୱର୍ଣ୍ଣ ଜିତିବା ପରେ ଭାରତକୁ ପାଇଁ ପୁଣି ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ଅନିଶ ଭନୱାଲା।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରି ବେଲ୍ମଣ୍ଟ୍ ସୁଟିଙ୍ଗ୍ ସେଣ୍ଟର୍ରେ ଭାରତର ସୁଟର୍ ଅନିଶ ରେକର୍ଡ ସଂଖ୍ୟକ ୩୦ ସ୍କୋର୍ କରି ଫାଇନାଲରେ ବିଜୟୀ ହୋଇଥିଲେ। ଅନିଶ ହେଉଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିଣିଥିବା ସର୍ବକନିଷ୍ଠ ଭାରତୀୟ ଖେଳାଳି।
୨୦ ବର୍ଷିୟ ଅଷ୍ଟ୍ରେଲୀୟ ସୁଟର୍ ସର୍ଗେଇ ଇଭଗ୍ଲେଭ୍ସ୍କି ଏବଂ ଇଂଲଣ୍ଡ୍ର ୨୮ ବର୍ଷିୟ ସାମ୍ ଗୋଓ୍ଵିନ୍ଙ୍କ ସହ କଡ଼ା ମୁକାବିଲାର ସମ୍ମୁଖିନ ହୋଇଥିଲେ ଅନିଶ।
୧୫ ବର୍ଷିୟ ଅନିଶ ୨୫ ମିଟର ପୁରୁଷ ରାପିଡ ଫାୟାର ପିସ୍ତଲ ବର୍ଗରେ ଏହି ଗୌରବ ହାସଲ କରିଛନ୍ତି।
ଶୁକ୍ରବାର ସକାଳୁ ୫୦ ମିଟର ସୁଟିଂରେ ଭାରତ ପକ୍ଷରୁ ତେଜସ୍ୱିନୀ ସାୱନ୍ତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏହି ବର୍ଗରେ ଅଞ୍ଜୁମ ମୁଦଗିଲ ରୌପ୍ୟ ପଦକ ହାସଲ କରିଥିଲେ।
ରାଜ୍ୟ ଗୋଷ୍ଠୀ କ୍ରୀଡାର ପଦକ ତାଲିକା
- ଅଷ୍ଟ୍ରେଲିଆ ୬୩ ସ୍ୱର୍ଣ୍ଣ, ୪୭ ରୌପ୍ୟ ଓ ୫୦ ବ୍ରୋଞ୍ଜ ମୋଟ ୧୬୦ଟି ପଦକ
- ଇଂଲଣ୍ଡ ୨୯ ସ୍ୱର୍ଣ୍ଣ, ୩୩ ରୌପ୍ୟ ଓ ୨୮ ବ୍ରୋଞ୍ଜ ମୋଟ ୯୦ଟି ପଦକ
- ଭାରତ ୧୬ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ମୋଟ ୩୪ଟି ପଦକ








ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୯ମ ଦିନରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ତେଜସ୍ୱିନୀ ଓ ଅନିଶ ଭନୱାଲା ସୁଟିଂରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ଭେଟିଦେଇଛନ୍ତି। ଭାରତର ୧୬ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ସହ ପଦକ ସଂଖ୍ୟା ୩୪ରେ ପହଞ୍ଚିଛି।





