ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ହେଲେ ଆଗୁଆ ସର୍ଭରେୁ ଜଣାପଡ଼ିଛି ସରକାର ଗଠନ ପାଇଁ ଏହି ଦୁଇ ଦଳକୁ ମିଳିବନି ପୂର୍ଣ୍ଣ ବହୁମତ।

  • ମୋଟ ବିଧାନସଭା ଆସନ ୨୨୪
  • ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୧୧୩
  • କଂଗ୍ରେସକୁ ମିଳିବ ୯୦ରୁ ୧୦୦ ଆସନ
  • ବିଜେପି ପାଇବ ୭୫ରୁ ୮୫ ଆସନ

ଦେଶର ସମସ୍ତଙ୍କ ନଜର ଏବେ କର୍ଣ୍ଣାଟକ ନିର୍ବାଚନ ଉପରେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ଏକ ଟ୍ରେଲର ବୋଲି କୁହାଯାଉଛି। ତେବେ କର୍ଣ୍ଣାଟକରେ ଏକ ଝୁଲା ବିଧାନସଭାର ସମ୍ଭାବନା ରହିଥିବା କଥା ଏକ ସର୍ଭେରୁ ଜଣାପଡ଼ିଛି।

ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ମତାମତ ସଂଗ୍ରହ ଅଭିଯାନ ଅନୁସାରେ କାର୍ଣ୍ଣାଟକରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ସମ୍ଭାବନା କମ।କିନ୍ତୁ ସର୍ବାଧିକ ସଂଖ୍ୟା ହାସଲ ସହିତ ଏକକ ସଂଖ୍ୟାଗରିଷ୍ଠ ଦଳ ରୂପେ କଂଗ୍ରେସ ଉଭା ହେବ।

ଏହି ସର୍ଭେ କହୁଛି କଂଗ୍ରେସକୁ ୯୦ରୁ ୧୦୦ଟି ଆସନ ମିଳିପାରେ। କର୍ଣ୍ଣାଟକର ମୋଟ ବିଧାନସଭା ଆସନ ହେଉଛି ୨୨୪। ଯେଉଁ ଦଳ ସରକାର ଗଠନ କରିବ ତା ପଛରେ ୧୧୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ସେହିଭଳି ବିଜେପିର ସ୍ଥିତି ବି ଉତ୍ସାହଜନକ ନୁହେଁ। ଯଦିଓ ଦଳ ପୂର୍ବ ଅପେକ୍ଷା ଭଲ କରିବ, କିନ୍ତୁ ସରକାର ଗଠନ କରିବା ସ୍ଥିତିରେ ଦଳ ନାହିଁ। ବିଜେପିକୁ ୭୫ ରୁ ୮୫ ଆସନ ମିଳିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିରେ ସରକାର ଗଠନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର କସରତ ହେବ। ସରକାର ଗଠନ କ୍ଷେତ୍ରରେ ଦେବେଗୌଡ଼ାଙ୍କ ଜନତା ଦଳ ଉପରେ ସବୁକିଛି ନିର୍ଭର କରିଵ ବୋଲି ସର୍ଭେରୁ ଜଣା ପଡ଼ିଛି।

Comment