ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଦ୍‍ଯାପିତ ହୋଇଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏହି କ୍ରୀଡ଼ାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଭାରତୀୟ କ୍ରୀଡ଼ାବିତ୍‍ଙ୍କ ପ୍ରଦର୍ଶନ। ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ ପାଇଁ ୩ୟ ସଫଳତମ କ୍ରୀଡ଼ା ଭାବେ ପ୍ରମାଣିତ ହୋଇଛି। ଏହି କ୍ରୀଡ଼ାରେ ଭାରତ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ୍‍ ସହ ମୋଟ ୬୬ଟି ପଦକ ଜିତି ପଦକ ତାଲିକାର ୩ୟ ସ୍ଥାନରେ ରହିଛି। 

୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚିତ୍ତାକର୍ଷକ ହୋଇଛି ଭାରତୀୟ କ୍ରୀଡ଼ାବିତ୍‍ଙ୍କ ପ୍ରଦର୍ଶନ। ଏହି କ୍ରୀଡ଼ା ମହାକୁମ୍ଭ ଆରମ୍ଭରୁ ଗୋଲ୍‍ଡକୋଷ୍ଟରେ ଭାରତ ୨୦ଟି ସ୍ୱର୍ଣ୍ଣପଦକ ଛୁଇଁପାରିବା କଷ୍ଟକର ମନେହେଉଥିଲା। କିନ୍ତୁ ସମସ୍ତ ଆକଳନକୁ ଭୁଲ୍ ପ୍ରମାଣିତ କରିଛନ୍ତି ଭାରତୀୟ କ୍ରୀଡ଼ାବିତ୍‌ମାନେ। ଭାରତ ୨୬ଟି ସ୍ୱର୍ଣ୍ଣ,୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ୍‍ ସହ ମୋଟ ୬୬ଟି ପଦକ ଜିତି ସମସ୍ତଙ୍କ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇଛି।  ଏହି ପ୍ରଦର୍ଶନରୁ ସ୍ପଷ୍ଟହୋଇଛି ଯେ ରାଜ୍ୟଗୋଷ୍ଠୀ ଦେଶଙ୍କ ମଧ୍ୟରେ ଭାରତ ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ାଶକ୍ତି ଭାବେ ଉଭାହୋଇଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୦୦ରୁ ଅଧିକ ଖେଳାଳିଙ୍କୁ ଭାଗ ନେଇଥିଲେ। ଭାରତ ଏଥର ୨୬ ସ୍ୱର୍ଣ୍ଣ, ୨୦ ରୌପ୍ୟ, ୨୦ କାଂସ୍ୟ ସହ ମୋଟ ୬୬ ପଦକ ଜିତିଛି। ଅଷ୍ଟ୍ରେଲିଆ (୧୯୮) ଏବଂ ଇଂଲଣ୍ଡ (୧୩୬) ପଛରେ ଭାରତ ତୃତୀୟରେ ରହିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୂର୍ବ ରେକର୍ଡ

ସର୍ବକାଳୀନ ସଫଳତା ତାଲିକା ଦେଖିଲେ ଭାରତ ୨୦୧୦ ନୂଆଦିଲ୍ଲୀ ଏବଂ ୨୦୦୨ ମାଞ୍ଚେଷ୍ଟର୍‌ ସଂସ୍କରଣ ପରେ ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଛି।

ନୂଆଦିଲ୍ଲୀରେ ଭାରତ ୩୮ ସ୍ୱର୍ଣ୍ଣ ସହ ମୋଟ ୧୦୧ ଏବଂ ମାଞ୍ଚେଷ୍ଟରରେ ୩୦ ସ୍ୱର୍ଣ୍ଣ ସହ ମୋଟ ୬୯ ପଦକ ଜିତିଥିଲା। ୧୬ ବର୍ଷ ପରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ପାଇଥିଲେ ମଧ୍ୟ ମାତ୍ର ୩ ପଦକ ଏବଂ ୪ ସ୍ୱର୍ଣ୍ଣ ପଦକ ପାଇଁ ସର୍ବକାଳୀନ ଦ୍ୱିତୀୟ ଶ୍ରେଷ୍ଠ ସଫଳତାରୁ ବଞ୍ଚିତ ହୋଇଛି।

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବର୍ମିଂହାମରେ
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପରବର୍ତ୍ତୀ ସଂସ୍କରଣ ୨୦୨୨ରେ ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହେବ। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ମସିହା ଜୁଲାଇ ୨୭ରୁ ଆରମ୍ଭ ହୋଇ ଅଗଷ୍ଟ ୭ରେ ଶେଷ ହେବ। ଏଥିରେ ୭୩ ଦେଶର ୫,୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ।

ଗୋଲଡକୋଷ୍ଟରେ ଭାରତର ପଦକ ବିଜେତା

ସ୍ୱର୍ଣ୍ଣ (୨୬)

ଜାଭଲିନ୍: ନୀରଜ ଚୋପ୍ରା

ବ୍ୟାଡ୍ମିଣ୍ଟନ୍‌: ସାଇନା ନେହ୍ଵାଲ୍‌, ଭାରତର ମିଶ୍ରିତ ଦଳ

ମୁଷ୍ଟିଯୁଦ୍ଧ: ଗୌରବ ସୋଲାଙ୍କୀ, ବିକାଶ କୃଷ୍ଣ, ମେରି କମ୍

ବନ୍ଧୁକଚାଳନା: ଜିତୁ ରାୟ, ଆନିଶ, ସଞ୍ଜୀବ ରାଜପୁତ, ମନୁ ଭାକର, ହୀନା ସିଦ୍ଧୁ, ତେଜସ୍ୱିନୀ ସାଓ୍ଵନ୍ତ, ଶ୍ରେୟସୀ ସିଂହ

ଟେବୁଲ୍ଟେନିସ୍‌: ମନିକା ବାତ୍ରା, ଭାରତୀୟ ମହିଳା ଦଳ, ଭାରତୀୟ ପୁରୁଷ ଦଳ

ଭାରୋତ୍ତୋଳନ: ସତୀଶ କୁମାର ଶିବଲିଙ୍ଗମ୍‌, ରାହୁଲ ରଗାଲା, ମୀରାବାଇ ଚାନୁ, ସଂଜୀତା ଚାନୁ, ପୁନମ ଯାଦବ

କୁସ୍ତି: ସୁମିତ୍‌ ମଲ୍ଲିକ, ରାହୁଲ ଆଓ୍ଵାରେ, ବଜରଙ୍ଗ ପୁନିଆ, ସୁଶୀଲ କୁମାର, ଭିନେଶ ଫୋଗତ

ରୌପ୍ୟ (୨୦)

ମହିଳା ଡିସ୍କସ୍‌: ସୀମା ପୁନିଆ

ବ୍ୟାଡ୍ମିଣ୍ଟନ୍: କିଦାମ୍ବି ଶ୍ରୀକାନ୍ତ, ପିଭି ସିନ୍ଧୁ, ସାତ୍ତ୍ୱିକ ରାଙ୍କୀରେଡ୍ଡୀ-ଚିରାଗ ସେଟ୍ଟୀ

ମୁଷ୍ଟିଯୁଦ୍ଧ: ସତୀଶ କୁମାର, ଅମିତ୍‌ କୁମାର, ମନୀଷ କୌଶିକ। ବଂଧୁକଚାଳନା: ହୀନା ସିଦ୍ଧୁ, ମେହୁଲ ଘୋଷ, ଅଞ୍ଜୁମ ମୌଦଗିଲ୍‌, ତେଜସ୍ୱିନୀ ସାଓ୍ଵନ୍ତ

ସ୍କ୍ଵାସ୍‌: ଜ୍ୟୋତ୍ସ୍ନା ଚିନ୍ନାପ୍ପା-ଦୀପିକା କାର୍ତିକ ପାଲିକଲ, ସୌରଭ ଘୋଷାଲ-ଦୀପିକା କାର୍ତ୍ତିକ ପାଲିକଲ୍‌

ଟେବୁଲ୍ଟେନିସ୍‌: ଅଚନ୍ତ ଶରତ କମଲ-ଜ୍ଞାନସେକରନ୍‌, ମନିକା ବାତ୍ରା-ମୌମା ଦାସ

ଭାରୋତ୍ତୋଳନ: ପ୍ରଦୀପ ସିଂହ, ଗୁରୁରାଜା ପୂଜାରୀ

କୁସ୍ତି: ସୌମମ ଖତ୍ରୀ, ବବିତା କୁମାରୀ, ଧନଦା ପୂଜା

ବ୍ରୋଞ୍ଜ(୨୦)

ମହିଳା ଡିସ୍କସ୍‌: ନଭଜିତ୍‌ କଉର୍‌ ଧିଲୋଁ

ବ୍ୟାଡ୍ମିଣ୍ଟନ୍‌: ଏନ୍‌ ସିକ୍କିରେଡ୍ଡୀ-ଅଶ୍ୱିନୀ ପୋନ୍ନାପ୍ପା

ମୁଷ୍ଟିଯୁଦ୍ଧ: ମହମ୍ମଦ ହୁସାଉଦ୍ଦିନ୍‌, ମନୋଜ କୁମାର, ନମନ ତନଓ୍ଵାର।

ପାରା ଶକ୍ତି ଉତ୍ତୋଳନ: ସଚିନ ଚୌଧୁରୀ

ବନ୍ଧୁକଚାଳନା: ଓମ୍‌ ମିଥରଓ୍ଵାଲ, ରବି କୁମାର, ଅଙ୍କୁର ମିତ୍ତଲ, ଅପୂର୍ବୀ ଚାନ୍ଦିଲା

ଟେବୁଲ୍ଟେନିସ୍‌: ହରମିତ୍‌ ଦେଶାଇ-ସାନିଲ୍‌ ଶଙ୍କର ସେଟ୍ଟୀ, ଅଚନ୍ତ ଶରତ କମଲ, ସାଥିଆଁ ଜ୍ଞାନସେକରନ୍‌-ମନିକା ବାତ୍ରା

ଭାରୋତ୍ତୋଳନ: ଦୀପକ ଲାଥର୍‌, ବିକାଶ ଠାକୁର

କୁସ୍ତି: ସାକ୍ଷୀ ମଲ୍ଲିକ, ଦିବ୍ୟ କାକରନ୍‌, ସୋମବୀର, କିରଣ

LEAVE A REPLY

Please enter your comment!
Please enter your name here