ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୮ରେ ରିଲିଜ୍ ହେବାକୁ ଯାଉଛି ଅନେକ ହିନ୍ଦୀ ଚଳଚ୍ଚିତ୍ର। ଏଥିରେ ବଲିଉଡର ନୂଆ ନୂଆ ଯୋଡିଙ୍କୁ ଦର୍ଶକ ପରଦାରେ ଦେଖିବାକୁ ପାଇବେ।

ଏ ବର୍ଷ କେତେକ ନୂଆ ଯୋଡ଼ିଙ୍କୁ ବଲିଉଡରେ ଦେଖିବାକୁ ମିଳିବ। ୨୦୧୮ରେ କେତେକ ନୂଆ ଯୋଡ଼ିଙ୍କୁ ଦର୍ଶକ ହିନ୍ଦୀ ସିନେମାରେ ଦେଖିବାକୁ ପାଇବେ। ଏମାନଙ୍କ ଭିତରୁ କେତେକ ଫିଲ୍ମ ରିଲିଜ୍ ହେବାର ଢ଼େର ଆଗୁଆ ବେଶ୍ ଚର୍ଚ୍ଚା ସାଉଁଟିଛନ୍ତି। ଆସନ୍ତୁ ସେଭଳି କିଛି ନୂଆ ହଟ୍ ଯୋଡ଼ିଙ୍କ ଉପରେ ନଜର ପକାଇବା…

ଇଶାନ୍ତ ଖଟ୍ଟର୍ – ଜାହ୍ନବୀ କପୁର

ନିର୍ମାତା କରଣ ଜୋହର୍ କିଛି ବର୍ଷର ବ୍ୟବଧାନରେ ବଲିଉଡ଼କୁ ପୁଣି ଏକ ନୂଆ ଯୋଡ଼ି ଉପହାର ଦେବାକୁ ଯାଉଛନ୍ତି। ଏହି ନୂଆ ଅନସ୍କ୍ରିନ୍ ଯୋଡ଼ି ହେଲେ ଇଶାନ୍ ଖର୍ଚ୍ଚର ଓ ଜାହ୍ନବୀ କପୁର। ଇଶାନ୍ ହେଉଛନ୍ତି ଅଭିନେତା ଶାହିଦ୍ କପୁରଙ୍କ ସାନଭାଇ ଓ ଜାହ୍ନବୀ ହେଉଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବଙ୍କ ବଡ଼ ଝିଅ। ଇଶାନ୍ – ଜାହ୍ନବୀଙ୍କ ଯୋଡ଼ିକୁ ଦର୍ଶକ ଯେଉଁ ସିନେମାରେ ଦେଖିବାକୁ ପାଇବେ ତା’ର ଟାଇଟଲ୍ ହେଲା ‘ଧଡ଼କ୍’। ଶଶାଙ୍କ ଖୈତାନ୍ ଏହାର ନିର୍ଦ୍ଦେଶକ। ଏହି ଫିଲ୍ମଟି ହେଉଛି ମରାଠି ସିନେମା ‘ସୈରାତ୍’ର ରିମେକ୍।

ସୁଶାନ୍ତ ସିଂହ ରାଜପୁତ୍- ସାରା ଅଲ୍ଲୀ ଖାନ

ଜଣାଶୁଣା ଅଭିନେତା ସୈପ୍ ଅଲ୍ଲୀ ଖାନ୍ ଓ ଅଭିନେତ୍ରୀ ଅମ୍ରିତା ସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନ୍ ‘କେଦାରନାଥ’ ସିନେମା ଜରିଆରେ ବଲିଉଡ୍ ଡେବ୍ୟୁ କରୁଛନ୍ତି। ଏହି ସିନେମାରେ ସାରାଙ୍କ ଅପୋଜିଟରେ ନଜର ଆସିବେ ନାୟକ ସୁଶାନ୍ତ ସିଂହ ରାଜପୁତ। ଏହି ଫିଲ୍ମ ଆଗାମୀ ଡିସେମ୍ବର ମାସରେ ରିଲିଜ୍ ହେବ। ହେଲେ ଏବେଠୁ ସୁଶାନ୍ତ ଓ ସାରାଙ୍କ ଯୋଡ଼ି ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ଅଭିଷେକ କପୁର।

ବରୁଣ ଧୱନ୍ – ବନିତା ସାନ୍ଧୁ

ବଲିଉଡ୍ ନାୟକ ବରୁଣ ଧୱନ୍ ବେଶ୍ କିଛି ଦିନର ବ୍ୟବଧାନରେ ଜଣେ ନବାଗତାଙ୍କ ବିପକ୍ଷରେ ନଜର ଆସିବେ। ଏହି ନବାଗତାଙ୍କ ନାମ ହେଲା ବନିତା ସାନ୍ଧୁ। ବରୁଣ- ବନିତାଙ୍କ ଯୋଡ଼ିକୁ ଦର୍ଶକ ପ୍ରଖ୍ୟାତ ନିର୍ଦ୍ଦେଶକ ସୁଜିତ୍ ସରକାରଙ୍କ ଆଗାମୀ ସିନେମା ଅକ୍ଟୋବରରେ ଦେଖିବାକୁ ପାଇବେ। ଫିଲ୍ମରେ ଏହି ଯୋଡ଼ିଙ୍କର ଜବରଦସ୍ତ କେମେଷ୍ଟ୍ରି ରହିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ଟାଇଗର ସ୍ରଫ୍ – ନିଧି ଅଗ୍ରୱାଲ

ପ୍ରଖ୍ୟାତ ନିର୍ମାତା ସାଜିତ୍ ନାଡିଆବାଲାଙ୍କ ସୁପରହିଟ୍ ଫିଲ୍ମ ବାଗିର ସିକ୍ୟୁଏଲ ବାଗି-୨ରେ ପୁଣି ଏକ ନୂଆ ଯୋଡ଼ିକୁ ଦେଖିବାକୁ ମିଳିବ। ଏହି ଯୋଡ଼ି ହେଲେ ଟାଇଗର ସ୍ରଫ୍ ଓ ନବାଗତା ନିଧି ଅଗ୍ରୱାଲ୍। ଟାଇଗର ଆଗରୁ ବାଗି ଓ ହିରୋପନ୍ଥୀ ଭଳି ସିନେମାରେ ନାୟକ ଭୂମିକାରେ ଅଭିନୟ କରିସାରିଛନ୍ତି। ଅନ୍ୟପକ୍ଷରେ ନିଧି ଜଣେ ମଡେଲ୍। ଟାଇଗର-ନିଧିଙ୍କ ଯୋଡ଼ି ବକ୍ସ ଅଫିସରେ କମାଲ କରୁଛି କି ନା ତାହା ଦେଖିବାକୁ ବାକି ରହିଛି।

ଅକ୍ଷୟ କୁମାର- ରାଧିକା ଆପ୍‌ଟେ

ବଲିଉଡର ଟପ୍ ହିରୋ ଅକ୍ଷୟ କୁମାରଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଛନ୍ତି ପ୍ରତିଭାବାନ୍ ଅଭିନେତ୍ରୀ ରାଧିକା ଆପ୍‌ଟେ । ହଁ ଅକ୍ଷୟ ରାଧିକାଙ୍କ ଯୋଡ଼ିକୁ ସିନେପ୍ରେମୀମାନେ ଫେବୃଆରୀ ୯ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ପ୍ୟାଡ୍‌ମ୍ୟାନରେ ଦେଖିବାକୁ ପାଇବେ। ଆର୍ ବାଲ୍କି ଏହି ସିନେମାର ନିର୍ଦ୍ଦେଶକ।

ସାହିଦ କପୁର- ଭୂମି ଗେଡେନକର

ଟଏଲେଟ୍ ଏକ ପ୍ରେମ କଥା ପରେ ନିର୍ଦ୍ଦେଶକ ଶ୍ରୀ ନାରାୟଣ ସିଂହ ଅନ୍ୟ ଏକ ସିନେମା ନିର୍ମାଣ କରୁଛନ୍ତି ଯାହା ମଧ୍ୟ ତାଙ୍କ ପୂର୍ବ ସିନେମା ଭଳି ସାମାଜିକ ସମସ୍ୟା ସମ୍ବଳିତ। ଏହା ଦେଶରେ ଥିବା ବିଦ୍ୟୁତ୍ ସମସ୍ୟା ଉପରେ ଆଧାରିତ ବୋଲି କୁହାଯାଉଛି। ସେଥିପାଇଁ ଏହି ସିନେମାରେ ଟାଇଟଲ୍ ରଖାଯାଇଛି ବତୀଗୁଲ୍ ମିଟର ଚାଲୁ। ଏଥିରେ ପ୍ରଥମ ଥର ପାଇଁ ସାହିଦ କପୁରଙ୍କ ସହ ନଜର ଆସିବେ ଭୂମି ପେଡେଲକର।

ରଣବୀର କପୁର- ଦିଆ ମିର୍ଜା

ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ସିନେମା ‘ଦତ୍ତ’ରେ ନାୟକ ଭୂମିକାରେ ଅଛନ୍ତି ରଣବୀର କପୁର। ଏହା ହେଉଛି ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀ ଆଧାରିତ ସିନେମା। ଏହି ଫିଲ୍ମ ସଞ୍ଜୁବାବା ଭୂମିକାରେ ରଣବୀର ଥିବା ବେଳେ ତାଙ୍କ ପତ୍ନୀ ମାନ୍ୟତାଙ୍କ ଭୂମିକରେ ନଜରରେ ଆସିବେ ଦିଆ ମିର୍ଜା। ଏହା ମଧ୍ୟ ରଣବୀର- ଦିଆ ମିର୍ଜାଙ୍କ ଯୋଡ଼ିର ପ୍ରଥମ ହିନ୍ଦୀ ସିନେମା ହେବ।

ରଣବୀର ସିଂହ – ଆଲିଆ ଭଟ୍ଟ

ବଲିଉଡର ଦୁଇ ଲୋକପ୍ରିୟ ୟଙ୍ଗଷ୍ଟାର ହେଲେ ରଣବୀର ସିଂହ ଓ ଆଲିଆ ଭଟ୍ଟ। ହେଲେ ଏ ଦୁହେଁ ଏଯାବତ୍ ଗୋଟିଏ ଫିଲ୍ମରେ ଅନସ୍କ୍ରିନ୍ ରୋମାନ୍ସ କରିବାରେ ସୁଯୋଗ ପାଇନାହାନ୍ତି। ରଣବୀର ଓ ଆଲିଆ ଭଟ୍ଟ ଯୋଡ଼ିକୁ ପରଦାକୁ ଆଣୁଛନ୍ତି ଜଣାଶୁଣା ନିର୍ଦ୍ଦେଶିକା ଜୋୟା ଅଖତର। ରଣବୀର- ଆଲିଆଙ୍କ ଯୋଡ଼ିକୁ ଦର୍ଶକ ପ୍ରଥମଥର ପାଇଁ ଦେଖିବାକୁ ପାଇବେ ‘ଗୁଲିବଏ’ରେ।

Comment