ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ହୋଇଛନ୍ତି। କଂଗ୍ରେସ ପ୍ରଭାରି ଜିତେନ୍ଦ୍ର ସିଂ ଏନେଇ ନୂଆଦିଲ୍ଲୀଠାରେ ଘୋଷଣା କରିଛନ୍ତି।
ଏହାସହ ନିରଞ୍ଜନଙ୍କୁ ସହଯୋଗ କରିବା ପାଇଁ ଚାରି ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଛି। ବିଧାୟକ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି।
“ଏଆଇସିସିର ନିଷ୍ପତ୍ତି ଅନୁଯାୟୀ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିୟୋଜିତ କରାଯାଇଛି। ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରାଯିବ। ୨୦୧୯ରେ ଉଭ଼ ବିଜେପି ଏବଂ ବିଜେଡି ସହ କଂଗ୍ରେସ ଲଢ଼େଇ କରିବ। ଓଡ଼ିଶାବାସୀଙ୍କ ହକ୍ ପାଇଁ ଲଢ଼େଇ କରିବ କଂଗ୍ରେସ”, କହିଛନ୍ତି ପ୍ରଭାରି ଜିତେନ୍ଦ୍ର ସିଂହ।
ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବହୁତ ଖୁସି। କଂଗ୍ରେସକୁ ଓଡ଼ିଶାରେ ମଜଭୁତ କରିବା ପାଇଁ କାମ କରିବି। ଓଡ଼ିଶାରେ ବହୁତ ସମସ୍ୟା ରହିଛି। ଏହାକୁ କଂଗ୍ରେସ ମୁଖ୍ୟ ଅସ୍ତ୍ର କରିବ।
ଅଧିକ ପଢ଼ନ୍ତୁ: ଓଡ଼ିଶା କଂଗ୍ରେସ, ପ୍ରଭାରି ମାଳମାଳ