ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ଅଭିନବ ‘ମୋ ସ୍କୁଲ’ ପୋଷ୍ୟ ଯୋଜନାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମର୍ଥନ କରିଛନ୍ତି। ଏଥିପାଇଁ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ୭ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନିରଞ୍ଜନ ଘୋଷଣା କରିଛନ୍ତି। ମୋ ସ୍କୁଲ ଅଭିଯାନରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେବା ପରେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆଙ୍କୁ ପତ୍ର ନିରଞ୍ଜନ ପତ୍ର ଲେଖିଛନ୍ତି। ଏହିସବୁ ସ୍କୁଲର ଉନ୍ନତି କାର୍ଯ୍ୟରେ ତାଙ୍କୁ ଅନୁମତି ଦିଆଯାଉ ବୋଲି ସେ କହିଛନ୍ତି।

ନିରଞ୍ଜନ ଯେଉଁ ସ୍କୁଲଗୁଡ଼ିକୁ ଲାଳନ ପାଳନ କରିବେ ସେଗୁଡ଼ିକ ହେଲା – ମଡେଲ ସ୍କୁଲ, ଆନନ୍ଦପୁର, ମୋଚିବନ୍ଧ ପ୍ରାଇମେରୀ ସ୍କୁଲ, ତେଲକୋଇ ପ୍ରାଇମେରୀ ସ୍କୁଲ, ଆନନ୍ଦପୁରର ବିଏନ ସରକାରୀ ବିଦ୍ୟାଳୟ ଓ ଡିଏନ ସରକାରୀ ସ୍କୁଲ। ଏହିସବୁ ସ୍କୁଲ କେନ୍ଦୁଝର ଜିଲ୍ଲାର ଅଟେ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ହାଇସ୍କୁଲ ଓ ବାଙ୍ଗିରିପୋଶି ସରକାରୀ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିରଞ୍ଜନ ଘୋଷଣା କରିଛନ୍ତି। ଏନେଇ ନିରଞ୍ଜନ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ଅନୁମୋଦନ ଲୋଡ଼ିଛନ୍ତି।

Comment