ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୭ ବର୍ଷରେ ୬ ଥର: ଆଉ ବଦଳିବେ କେତେ ପିସିସି ସଭାପତି?

ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ହାଇକମାଣ୍ଡ ୧୭ ବର୍ଷ ଭିତରେ ୬ ଥର ପିସିସି ସଭାପତି ବଦଳାଇ ସାରିଲେଣି। ହେଲେ କଂଗ୍ରେସ ସଙ୍ଗଠନ ସୁଧୁରିବା ବଦଳରେ ଭୁଶୁଡ଼ି ପଡ଼ୁଛି। ୨୦୧୯ ପୂର୍ବରୁ କଂଗ୍ରେସରେ ପୁଣି ପଟ୍ଟନାୟକ ଯୁଗ ଫେରିଛି। ହେଲେ ଆଉ କେତେ ପିସିସି ସଭାପତି ପରିବର୍ତ୍ତନ ହେଲେ କଂଗ୍ରେସର ଭାଗ୍ୟ ଉଦୟ ହେବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ଖରାରେ ସିଝୁଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୦ଟି ସହର

ତତଲା କଡ଼େଇ ପାଲଟି ଯାଇଛି ଓଡ଼ିଶା। ୪୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସିଝୁଛନ୍ତି ଓଡ଼ିଶାବାସୀ। ଝାଞ୍ଜି ପବନରେ ଅଣନିଶ୍ବାସୀ ହୋଇଯାଉଛନ୍ତି ଲୋକେ। ପାରଦ ୪୦ ଡିଗ୍ରୀ ତଳକୁ ଖସୁ ନଥିବାରୁ ଖରାରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଶୁକ୍ରବାର ୧୦ଟି ସହରର ତାପମାତ୍ରା ଥିଲା ୪୦ ଡିଗ୍ରୀ ଉପରେ।

ଜେଲରୁ ବାହାରିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ, ମିଳିଲା ବେଲ୍

୧୦ ବର୍ଷ ପରେ ଜେଲ୍‌ରୁ ବାହାରିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଏବଂ ହତ୍ୟା ଧମକ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି। ୫୦ ହଜାର ଟଙ୍କା ଏବଂ ଦୁଇ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଜାମିନ୍ ଦେଇଛନ୍ତି। ଏହାଛଡ଼ା ପ୍ରତି ସପ୍ତାହରେ ଲିଙ୍ଗରାଜ ଥାନାରେ ହାଜିରା ଦେବେ ରାଜା। ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ସଂପୃକ୍ତ ନହେବେ ସେନେଇ ଜାମିନ୍‌ରେ ସର୍ତ୍ତ ରହିଛି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଲେ ବିରୋଧୀ

କଂଗ୍ରେସ ସମେତ କେତେକ ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ରାୟକୁ ନେଇ ଛନ୍ଦି ହୋଇପଡ଼ିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର। ତାଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ବିରୋଧୀ।

ଏଟିଏମରେ କ୍ୟାସ ସଂକଟ: ଆସନ୍ତାକାଲି ଧାରଣା ଦେବ ବିଜେଡି

ବିଜେପି ବିରୋଧରେ ବିଜେଡିର ଋଣନୀତି। ଏଟିଏମରେ କ୍ୟାସ ସଂକଟ ନେଇ ଆସନ୍ତାକାଲି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି। ଭୁବନେଶ୍ୱର ଆରବିଆଇ ସାମ୍ନାରେ ବିଜେଡି ଧାରଣା ଦେବ। ଶାନ୍ତିପୂର୍ଣ୍ଣ ଭାବେ ଦିନ ୧୦ରୁ ଦିନ ୧୨ଟା ଯାଏଁ ୨ ଘଣ୍ଟିଆ ପ୍ରତିବାଦ କରାଯିବ।

ଶ୍ରୀମନ୍ଦିରରେ ୪ଦିନ ପରେ ଭକ୍ତଙ୍କୁ ମିଳିଲା ମହାପ୍ରସାଦ

ଶ୍ରୀମନ୍ଦିରରେ ଶୁକ୍ରବାର ଦିନ ଭକ୍ତଙ୍କୁ ମିଳିଛି ମହାପ୍ରସାଦ। ଗତ ଚାରି ଦିନଧରି ଶ୍ରୀମନ୍ଦିରରେ ମହାପ୍ରସାଦକୁ ନେଇ ବାଦବିବାଦ ଲାଗିରହିଥିଲା । ମହାପ୍ରଭୁଙ୍କଠାରେ କେବଳ କୋଠଭୋଗ ଲାଗି ହେଉଥିବାବେଳେ ସାଧାରଣ ଭକ୍ତଙ୍କ ପାଇଁ ବରାଦି ଅବଢା ବାହାରୁନଥିଲା। ଫଳରେ ଶ୍ରୀମନ୍ଦିରକୁ ଆସୁଥିବା ହଜାର ହଜାର ଭକ୍ତଙ୍କୁ ନିରାଶ ହେବାକୁ ପଡୁଥିଲା। ହାଇକୋର୍ଟଙ୍କ ରାୟ ପରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଅମହୁଣିଆ ପ୍ରସାଦ ନଷ୍ଟ ହୋଇଯିବା ପରେ କ୍ଷତିପୂରଣ ଦାବିରେ ଅଡିବସିଥିବା ସୁଆର-ମହାସୁଆର ନିଯୋଗ ଦାବିରୁ ଓହରି ଯାଇଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ପାଇଁ ବିରୋଧୀଙ୍କ ମେଳି

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ସଜବାଜ ହେଉଛି ବିରୋଧୀ। ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସଂପର୍କିତ ରାୟ ପରେ ତେଜୁଛି ରାଜନୀତି। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ପାଇଁ ଏକାଠି ହୋଇଛନ୍ତି ବିରୋଧୀ। କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ଏନଡ଼ିଏ ବିରୋଧୀ ଦଳକୁ ନେଇ ଏକ ବୈଠକ ଡକାଇ ଏହି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here