ଓଡ଼ିଶାଲାଇଭ୍‌ ବ୍ୟୁରୋ

daallowance-ss-04-08-13

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଜିର ବୃଦ୍ଧି ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତରୁ ବଢ଼ି ୭ ପ୍ରତିଶତ ହୋଇଛି।

ସେହିପରି ପେନ୍‌ସନ୍‌ଭୋଗୀଙ୍କ ପାଇଁ ରାଜ୍ୟ ସରକାର ଭଲ ପଦକ୍ଷେପ ନେଇଛନ୍ତି। ପେନ୍‌ସନ୍‌ଭୋଗୀଙ୍କ ଟିଆଇରେ ୨ ପ୍ରତିଶତ ବୃଦ୍ଧି କରାଯାଇଛି। ସଂଶୋଧିତ ହାରରେ ପେନ୍‌ସନ୍ ପାଉ ନଥିବା ପେନ୍‌ସନ୍‌ଭୋଗୀଙ୍କ ଟିଆଇରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୧୮ ଜାନୁଆରୀରୁ ଏହି ଭତ୍ତା ପିଛିଲା ଭାବେ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦିତ କରିଛନ୍ତି।

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ୨ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

Comment