ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ କ୍ରିକେଟ୍ ବିଶ୍ୱକପ୍‌ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି। ଇଂଲଣ୍ଡରେ ହେବାକୁ ଯାଉଥିବା ଏହି ବିଶ୍ୱକପ୍‌ରେ ଭାରତ କେବେ କେଉଁ ଟିମ୍‌ ସହ ମ୍ୟାଚ ଖେଳିବ ଜାଣନ୍ତୁ।

  • ୨୦୧୯ ମେ ୩୦ରୁ କ୍ରିକେଟ ବିଶ୍ୱକପ୍
  • ଜୁଲାଇ ୧୪ ଯାଏଁ ଚାଲିବ ଲଢ଼େଇ
  • ଜୁନ୍ ୫ରୁ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ
  • ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ

୨୦୧୯ ମେ’ ୩୦ରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ୍। ଜୁଲାଇ ୧୪ ପର୍ଯ୍ୟନ୍ତ କ୍ରିକେଟ ମଇଦାନରେ ଚାଲିବ ଘମାଘୋଟ ଲଢ଼େଇ। ତେବେ ଟିମ୍‌ ଇଣ୍ଡିଆ ଜୁନ୍‌ ୫ରୁ ମଇଦାନକୁ ଓହ୍ଲାଇବ। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତୀୟ ଟିମ୍। ସେହିପରିପାକିସ୍ତାନ ଟିମ୍‌କୁ ଜୁନ୍‌ ୧୬ ତାରିଖରେ ମୁକାବିଲା କରିବ ଭାରତୀୟ ଟିମ୍।

ଆଇସିସିର ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥାଏ। କାରଣ ଏହି ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଖଚାଖଚ ଭିଡ଼ ହୋଇଥାଏ। ହେଲେ ଆଇପିଏଲ୍‌ ଯୋଗୁଁ ୨୦୧୯ ବିଶ୍ୱକପ୍‌ରେ ପ୍ରତମ ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ହେଉନାହିଁ।

ବିସିସିଆଇର ଲୋଧା କମିଟିର ସୁପାରିଶ ଅନୁଯାୟୀ ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ମଧ୍ୟରେ ୧୫ ଦିନର ଅନ୍ତର ରହିବା କଥା। ଏଣୁ ଏହି ନିୟମ ଅନୁଯାୟୀ ଭାରତ ଜୁନ୍‌ ୨ରେ ପ୍ରଥମ ମ୍ୟାଚ ଖେଳୁ ନାହିଁ। ଜୁନ୍‌ ୫ରୁ ଭାରତ ମଇଦାନକୁ ଓହ୍ଲାଉଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “୨୦୧୯ ମାର୍ଚ୍ଚ ୨୯ରୁ ମେ ୧୯ ତାରିଖ ମଧ୍ୟରେ ଆଇପିଏଲ୍‌ ମ୍ୟାଚ। କ୍ରିକେଟ ବିଶ୍ୱକପ୍‌ ମେ ୩୦ରେ ଆରମ୍ଭ ହେବାକୁ ଯାଉଛି। ଭାରତ ଜୁନ୍‌ ୨ରେ ପ୍ରଥମ ମ୍ୟାଚ ଖେଳିବାର ଥିଲା। ହେଲେ ଆଇପିଏଲ୍‌ ଏବଂ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟରେ ୧୫ ଦିନର ଅନ୍ତର ରହୁ ନଥିବାରୁ ଭାରତ ୫ ତାରିଖରୁ ବିଶ୍ୱକପ୍‌ ପଡ଼ିଆକୁ ଓହ୍ଲାଇବ।”

Comment