ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଆଧ୍ୟାତ୍ମିକତା ନାଁରେ ‘ଧର୍ମଗୁରୁ’ ବୋଲାଉଥିବା କିଛି ବାବାଙ୍କ କେଳେଙ୍କାରୀର ପର୍ଦ୍ଦାଫାସ ହୋଇଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ବଦନାମ ହୋଇଛନ୍ତି ବାବା। କେବଳ ହରିୟାଣା ନୁହେଁ, ଓଡିଶାରେ ମଧ୍ୟ ବାବା କେଳେଙ୍କାରୀ ଦେଖିବାକୁ ମିଳିଛି। ସୁର-ସାରଥୀଙ୍କଠାରୁ ଆରମ୍ଭ କରି ବାନା ବାବାଙ୍କ କଳା କାରନାମାର ଅସଲ ଚେହେରା ସାମ୍ନାକୁ ଆସିଛି।

ଯୌନ କେଳେଙ୍କାରୀ ମାମଲାରେ ସ୍ୱାମୀ ଶ୍ରୀହରି, ଆଶାରାମ ବାପୁ, ନାରାୟଣ ସାଇ, ସନ୍ଥ ରାମପାଲ, ସ୍ୱାମୀ ନିତ୍ୟାନନ୍ଦ, ସ୍ୱାମୀ ପ୍ରେମାନନ୍ଦ, ମହର୍ଷି ମହେଶ ଯୋଗୀ, ସ୍ୱାମୀ ସଦାଚାରୀ, ଡେରା ମୁଖ୍ୟ ରାମ ରହିମ ପ୍ରମୁଖ ବନ୍ଧା ହୋଇ ଜେଲ ଯାଇଥିବା ବେଳେ ଅନ୍ୟାନ୍ୟ ଅପରାଧିକ ମାମଲାରେ ଅନେକ ବାବାଙ୍କୁ ଜେଲ ଯିବାକୁ ପଡ଼ିଛି। ସେହିପରି ଓଡ଼ିଶାରେ ସୁର-ସାରଥୀଙ୍କଠାରୁ ଆରମ୍ଭ କରି ବାନା ବାବାଙ୍କ କାରନାମାର ମଧ୍ୟ ପର୍ଦ୍ଦାଫାସ ହୋଇଛି।

ଆଶାରାମ ବାପୁ

ନାବାଳିକା ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଆତ୍ମଘୋଷିତ ବାବା ଆଶାରାମଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଆଶୀର୍ବାଦ ଦେବା ବାହାନାରେ ଝିଅମାନଙ୍କ ସହ ଦୁଷ୍କର୍ମ କରୁଥିଲେ ଆଶାରାମ। ୨୦୧୩ରେ ଏହି ମାମଲା ସାମ୍ନାକୁ ଆସିବା ପରେ ଆଶାରାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ରାମପାଲ

ବାବା ରାମପାଲ ଆଧ୍ୟାତ୍ମିକ ଦୁନିଆରେ ପାଦ ରଖିବା ପୂର୍ବରୁ ହରିୟାଣା ଜଳସେଚନ ବିଭାଗରେ ଜଣେ ଇଞ୍ଜିନିୟର ଭାବେ କାମ କରୁଥିଲେ। ୧୮ବର୍ଷ ଧରି ଚାକିରି କରିବା ପରେ ନିଜ ପଦରୁ ଇସ୍ତଫା ଦେଇ ସତସଙ୍ଗ କରିବା ଆରମ୍ଭ କରିଥିଲେ। ସେ ସତଲୋକ ନାମକ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ।

ରାମପାଲ ବିରୋଧରେ ଆରୋପ ଥିଲା କି ସେ ନିଜ ଆଶ୍ରମରେ ଗର୍ଭପାତ କରାଇବାର ଏକ ସେଣ୍ଟର ଚଳାଉଥିଲେ। ପୋଲିସ ପକ୍ଷରୁ ଆଶ୍ରମରେ ଚଢ଼ାଉବେଳେ ବହୁ ଗର୍ଭପାତ ଔଷଧ ଜବତ କରାଯାଇଥିଲା।

ନିତ୍ୟାନନ୍ଦ ସ୍ଵାମୀ

୨୦୧୦ରେ ସ୍ଵାମୀ ନିତ୍ୟାନନ୍ଦଙ୍କ ସେକ୍ସ ସିଡିର ପର୍ଦ୍ଦାଫାସ ହୋଇଥିଲା। ଜଣେ ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନଜର ଆସିଥିଲା। ଏହାପରେ ନିତ୍ୟାନନ୍ଦଙ୍କୁ ଗିରଫ କରାଯାଇଥିଲା।

 

ଆଶାରାମ ବାବୁଙ୍କ ପୁଅ ନାରାୟଣ ସାଇଙ୍କ ନାଁରେ ମଧ୍ୟ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ସୁରତର ଦୁଇ ଉଭଣୀ ଆଶାରାମ ଓ ନାରାୟଣ ସାଇଙ୍କ ନାଁରେ ଦୁଷ୍କର୍ମ ମାମଲା ଋଜୁ କରିଥିଲେ। ନାରାୟଣ ଏବେ ଜେଲରେ ଅଛନ୍ତି।

ରାମ ରହିମ

ଦୁଇଟି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ଜେଲ ଯାଇଛନ୍ତି। ଧରମ ଝିଅ ହନିପ୍ରୀତଙ୍କ ସହ ରାମ ରହିମଙ୍କ ସମ୍ପର୍କକୁ ନେଇ ଗୁରୁତର ପ୍ରଶ୍ନ ବି ଉଠିବାରେ ବି ଲାଗିଥିଲା।

ସ୍ଵାମୀ ପ୍ରେମାନନ୍ଦ

ତାମିଲନାଡୁର ପ୍ରେମାନନ୍ଦ ଆଶ୍ରମର ପ୍ରତିଷ୍ଠାତା ସ୍ଵାମୀ ପ୍ରେମାନନ୍ଦଙ୍କ ନାଁରେ ରହିଛି ୧୩ଟି ଦୁଷ୍କର୍ମ ମାମଲା। ଏହାସହ ଜଣକୁ ହତ୍ୟା କରିଥିବା ଅଭିଯୋଗ ୨୦୦୫ରେ ତାଙ୍କ ନାଁରେ ଅଭିଯୋଗ ଆସିଥିଲା। ୨୦୧୧ରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ଵାମୀ ଭିମାନନ୍ଦ

ଶିବ ମୁରତ ଦ୍ଵିବେଦୀ ଓରଫ ସ୍ଵାମୀ ଭିମାନନ୍ଦଙ୍କ ବିରୋଧରେ ସେକ୍ସ ରାକେଟ୍‌ ଚଳାଉଥିବା ଅଭିଯୋଗ ଆସିଥିଲା। ୨୦୧୦ ମସିହା ଫେବ୍ରୁଆରି ୧୦ରେ ତାଙ୍କୁ ଗିରଫ କରାଯାଇଥିଲା।

ରାସ୍ତାରେ ବି ଚାଲିଛନ୍ତି ଓଡିଶାର ତଥାକଥିତ ବାବାମାନେ।

ସାରଥି ବାବା

ସନ୍ତୋଷ ରାଉଳ ଓରଫ ବାବା ସାରଥୀଙ୍କ ଆଶୀର୍ବାଦ ଟିକିଏ ପାଇବାକୁ ଭକ୍ତ ଜୁଟି ଯାଇଥିଲେ ବାବାଙ୍କ ଚରଣକୁ ହୋଟେଲ ଗୋଲକୁଣ୍ଡାରେ ଖୋଲିଥିଲା ବାବାଙ୍କର ଗୁମର। ପରେ ପରେ ସାମ୍ନାକୁ ଆସିଥିଲା ମହିଳାଙ୍କ ସହ ବାବାଙ୍କ ସମ୍ପର୍କ। ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା।

ସତସଙ୍ଗରେ ହଜାର ହଜାର ଭକ୍ତ, ମେକଅପ୍ ବୋଳା ଚେହେରା ସାଙ୍ଗକୁ ସୁମଧୁର କଣ୍ଠରେ ଗୀତ ବୋଲିବା। ଶୁନ୍ୟରେ ଚମକ୍ରାର କରିବା ସହ ବିଭୁତି ଆଉ ମହୁ ଝରାଇବା। ଏହି ତମାମ ହାତର ଯାଦୁ ବଳରେ ଅସଂଖ୍ୟ ଭକ୍ତ ତିଆରି କରି ପ୍ରସିଦ୍ଧି ଅର୍ଜନ କରିଥିଲେ ଭଣ୍ଡ ବାବା ସାରଥି।

ସୁର ବାବା

ଆଉ ଜଣେ ବାବା ଥିଲେ ସୁରବାବା। ସୁର ମିଶ୍ର ଓରଫ ସୁରବାବା ପୋଥୀ ଦେଖି ଭାଗ୍ୟଫଳ ନିର୍ଦ୍ଧାରଣ କରୁଥିଲେ। ଯାହା ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ବିଳାଶମୟ ପ୍ରାସାଦରେ ବିଭିନ୍ନ ବେଆଇନ କାମ କରୁଥିଲେ। ଏଥିପାଇଁ ଏବେ ଜେଲରେ ଅଛନ୍ତି ସୁର ବାବା।

ବାନା ବାବା

କୋଣାର୍କ ନିକଟରେ ଗଢ଼ି ଉଠିଥିଲା ବାନା ବାବାଙ୍କ ଆଶ୍ରମ। ବିଳାଶମୟ ନଥିଲା କିନ୍ତୁ ସରକାରୀ ଯାଗାକୁ ମାଡ଼ି ବସିଥିଲେ ବାବା। ଯେତେବେଳେ ଜଣକ ପରେ ଜଣେ ବାବା ପୁଲିସ ହେପାଜତକୁ ଆସିଲେ ସେତେବେଳେ ବାନା ବାବା ବି ସାମ୍ନାକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here