ଓଡ଼ିଶାଲାଇଭ୍‌ ବ୍ୟୁରୋ   

ଭାରତର ୧୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ସେଥିମଧ୍ୟରେ ରହିଛନ୍ତି ଭାରତର ସବୁଠୁ ଧନୀ ବ୍ୟକ୍ତିତ୍ଵ ମୁକେଶ ଅମ୍ବାନୀ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରାଙ୍କ ଭଳି ବ୍ୟକ୍ତି ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଇଣ୍ଡିଆ ଟୁଡେ ପକ୍ଷରୁ ଭାରତର ଅଗ୍ରଗାମୀ ବ୍ୟକ୍ତିତ୍ଵ, ଲବ୍ଧପ୍ରତିଷ୍ଠ କଳାକାର, ଶକ୍ତିଶାଳୀ ବ୍ୟକ୍ତିତ୍ଵ, ନେତା ଓ ଆଦର୍ଶ ବ୍ୟକ୍ତିଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ।

ଆସନ୍ତୁ ନଜର ପକାଇବା ଭାରତର ୧୦ ପ୍ରମୁଖ ପ୍ରଭାବଶାଳୀ ବ୍ୟକ୍ତିତ୍ଵଙ୍କ ଉପରେ…

ମୁକେଶ ଅମ୍ବାନୀ

ମୁକେଶ ଅମ୍ବାନୀ କେବଳ ଯେ ଭାରତର ସବୁଠୁ ଧନୀ ବ୍ୟକ୍ତିତ୍ଵ ତା’ନୁହେଁ ଦେଶର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ସୂଚୀରେ ମଧ୍ୟ ନଂ୧ରେ ଅଛନ୍ତି। ବିଶ୍ଵର ୧୯ତମ ଧନୀ ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ମୁଖ୍ୟ ଅଛନ୍ତି। ରିଲାଏନ୍ସର ନେଟୱାର୍କ ୨.୬ଲକ୍ଷ କୋଟି ଟଙ୍କାର। ରିଲାଏନ୍ସ ଜିଓର ଏଣ୍ଟ୍ରି ସହ ଟେଲିକମ୍ ସେକ୍ଟରରେ ମଧ୍ୟ ଧମାକା କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ।

କୁମାର ମଙ୍ଗଲମ ବିର୍ଲା

ଭୋଡାଫୋନ ଏବଂ ଆଇଡିଆର ମିଶ୍ରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କମ୍ପାନୀର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କୁମାର ମଙ୍ଗଲମ୍‌ ବିର୍ଲା କାର୍ଯ୍ୟ କରୁଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପର ଏମ୍‌ଡ଼ି କୁମାର ମଙ୍ଗଲମ୍‌ ବିର୍ଲାଙ୍କ ନେତୃତ୍ବରେ ଏହା ଭାରତର ସବୁଠାରୁ ବଡ଼ କମ୍ପାନୀ ହେବାକୁ ଯାଉଛି। ଏହାର ମାର୍କେଟ ସେୟାର ୩୫% ରହିବା ବେଳେ ବେସ୍‌ ୪୦ କୋଟି ଟଙ୍କା ରହିଛି। ଭାରତର ରେଟିଙ୍ଗ ରିପୋର୍ଟ ମୁତାବକ କମ୍ପାନୀର ବାର୍ଷିକ ଆୟ ୭୭,୫୦୦ କୋଟି ଟଙ୍କାରୁ ଆରମ୍ଭ କରି ୮୦,୦୦୦ କୋଟି ଟଙ୍କା ହେବ। ଫଳରେ ଏହା ଭାରତର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ଭାବେ ଉଭା ହେବାକୁ ଯାଉଛି। ଏବେ ଏୟାରଟେଲର ୨୬.୩୪ କୋଟି ଉପଭୋକ୍ତା ରହିଛନ୍ତି। ବଜାର ସେୟାରରେ ନୁଆ କମ୍ପାନୀର ମୋବାଇଲ ମାର୍କେଟର ୪୩% ଭାଗିଦାରୀ ରହିବ। ପରେ ଏହା ପ୍ରଥମ ସ୍ଥାନରେ ପହଞ୍ଚିବା ସହ ଏୟାରଟେଲ୍‌ ୩୩% ସେୟାର ସହ ଦ୍ୱିତୀୟ ସ୍ଥାନ ଗ୍ରହଣ କରିବ।

ଆନନ୍ଦ ମହିନ୍ଦ୍ରା

ଆନନ୍ଦ ମହିନ୍ଦ୍ରା ୧.୨ଲକ୍ଷ କୋଟି ଟଙ୍କା ମୂଲ୍ୟର ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ଅଛନ୍ତି। ସେ ଦେଶର ପ୍ରଭାବଶାଳୀ ବ୍ୟକ୍ତିତ୍ଵ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।

ଉଦୟ କୋଟକ

ପ୍ରାଇଭେଟ୍‌ ବ୍ୟାଙ୍କ୍ କୋଟକ ମହିନ୍ଦ୍ରାର ପ୍ରମୁଖ ହେଉଛନ୍ତି ଉଦୟ କୋଟକ। ସେ ନିଜ ଗ୍ରାହକଙ୍କ ବେସ୍ ପ୍ରାଇସ୍‌ ବଢ଼ାଇବା ସହ ଅନ୍ୟ ବିତ୍ତିୟ କମ୍ପାନିମାନଙ୍କୁ ନିଜ ସହ ଯୋଡ଼ିବା ଉପରେ ଫୋକସ କରୁଛନ୍ତି।

ବାବା ରାମଦେବ

ଯୋଗଗୁରୁ ରାମଦେବ ଯୋଗ ଶିକ୍ଷା ପାଇଁ ହେଉ କି ପତଞ୍ଜଳି ସାମଗ୍ରୀ ପାଇଁ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଆଜି ଯେଉଁ ସ୍ତରରେ ପତଞ୍ଜଳି କମ୍ପାନି ପହଞ୍ଚିଛି ସେଥିରେ ରାମଦେବ ଯୋଗଦାନ ଅତୁଳନୀୟ।  ଏନ ଚନ୍ଦ୍ରଶେଖରନ୍

୧୦୦ ଅରବ ଡଲାର ମୂଲ୍ୟ ଟାଟା ଗ୍ରୁପର ଚେୟାରମ୍ୟାନ୍ ହେଉଛନ୍ତି ଏନ ଚନ୍ଦ୍ରଶେଖରନ୍। ଟିସିଏସ୍ କମ୍ପାନୀକୁ ପହଞ୍ଚାଇବାର ସମସ୍ତ ଶ୍ରେୟ ଚନ୍ଦ୍ରଶେଖରନଙ୍କୁ ମିଳିଥାଏ।

ନନ୍ଦନ ନିଲେକର୍ଣ୍ଣି

ଇନ୍‌ଫୋସିସର ସଂସ୍ଥାପକ ତଥା ଚେୟାରମ୍ୟାନ୍ ନନ୍ଦନ ନିଲେକର୍ଣ୍ଣି ଏବେ ଇନ୍‌ଫୋସିସରେ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଚେଷ୍ଟା ଚଳାଇଛନ୍ତି। ଚଳିତବର୍ଷ ସଲିଲ ଫୋରଖେ ଇନଫୋସିସର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି।

ଅଜିମ ପ୍ରେମଜୀ

ଦେଶର ଦ୍ଵିତୀୟ ଧନଶାଳୀ ବ୍ୟକ୍ତିତ୍ଵ ହେଉଛନ୍ତି ଓ୍ଵିପ୍ରୋ ଚେୟାରମ୍ୟାନ୍‌ ଅଜିମ ପ୍ରେମଜୀ। ଅଜିମଙ୍କ ସମୁଦାୟ ସମ୍ପତ୍ତି ହେଉଛି ୧୯ବିଲିୟନ ଡଲାର। ଅଜିମ ବିଭିନ୍ନ ଦାତ୍ତବ୍ୟ ଅନୁଷ୍ଠାନକୁ ଦାନ ଦେଇଥାନ୍ତି।

ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦେଶର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚିତ। ନିଜର ଦମ୍‌ଦାର ବ୍ୟାଟିଂ ଜରିଆରେ କେବଳ ଦେଶରେ ନୁହେଁ ସାରା ବିଶ୍ଵରେ ପରିଚିତ ହାସଲ କରିଛନ୍ତି।

ଅମିତାଭ ବଚ୍ଚନ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଦେଶର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ପାଖାପାଖି ଚାରି ଦଶନ୍ଧି ଧରି ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଛନ୍ତି ଅମିତାଭ। ଏବେ ମଧ୍ୟ ତାଙ୍କ ଲୋକପ୍ରିୟତା କମିନାହିଁ।

Comment