ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅନୁଗୁଳରେ ଦୁର୍ବ୍ୟବହାର ଘଟଣାରେ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିଛି।

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅନୁଗୁଳରେ ଦୁର୍ବ୍ୟବହାର ଘଟଣାରେ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିଛି।

ସୋମବାରଦିନ ଅନୁଗୁଳର କୌଣସି ଏକ ସ୍ଥାନରୁ ସେମାନଙ୍କୁ ଗିରଫ କରାଯାଇଛି। ଫେରାର୍‌ ଥିବା ସମୟରେ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ନେଇ ସୁରକ୍ଷା ଦେଉଥିବା ବଳରାମ ପ୍ରସାଦର ଦୁଷ୍ମନ୍ତ ସାହୁ ଏବଂ କଣିହାଁବେଢ଼ାର ସୁଧାଂଶୁ ଶେଖର ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି। ଇନ୍ଦ୍ରମଣିଙ୍କର ଅନ୍ୟ ଜଣେ ପୁଅ ଅଜିତ୍‌ ଏବେ ମଧ୍ୟ ଫେରାର ଅଛନ୍ତି।

ଗତ ୨୨ ତାରିଖ ରାତିରେ ଏକ ଯାତ୍ରା ପରିବେଷଣ ପାଇଁ ଉଷସୀ ଯାଇଥିବାବେଳେ ତାଙ୍କୁ ଦୁର୍ବ୍ୟବହାର ହୋଇଥିଲା। ତା’ ପରଦିନ ସକାଳେ ସୋସିଆଲ ମିଡ଼ିଆରେ ଏହି ଘଟଣା ପୋଷ୍ଟ୍‌ କରିବା ପରେ ଉଷସୀ କଣିହାଁ ଥାନାରେ ଇନ୍ଦ୍ରମଣି ଏବଂ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଏତଲା ଦେଇଥିଲେ।

ଅଭିଯୋଗ କରିବାପରେ ୨୩ ତାରିଖ ରାତିରେ ପୋଲିସ ଇନ୍ଦ୍ରମଣିଙ୍କ ଡ୍ରାଇଭରକୁ ଗିରଫ କରିଥିଲା।

ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବାରୁ ଉଷସୀ ଓ ସିନେ କଳାକାର ସଂଘ ଗତକାଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଥିଲେ।

Comment