ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡୁଆଲ ସେଲ୍ଫି କ୍ୟାମେରା-୪ ଜିବି ରାମ ବିଶିଷ୍ଟ ସ୍ମାର୍ଟଫୋନ ଏବେ ମିଳୁଛି ୯ ହଜାର ଟଙ୍କାରେ। ମେ ୧ରୁ ୮ଟି ରାଜ୍ୟରେ ଏହା ଉପଲବ୍ଧ ହୋଇଛି।

ଭାରତ ବଜାରରେ ପ୍ରବେଶ କରିଛି କୁଲ୍‌ପ୍ୟାଡ ନୋଟ୍-୬ ମୋବାଇଲ୍ ଫୋନ୍। ମେ ୧ରୁ ଏହି ଫୋନ୍ ୮ଟି ରାଜ୍ୟର ୩୦୦ ମଲ୍ଟି ବ୍ରାଣ୍ଡ ଷ୍ଟୋର ରେ ଉପଲବ୍ଧ ହୋଇଛି। ଦିଲ୍ଲୀ-ଏନ୍‌ସିଆର୍, ହରିୟାଣା, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରର ବିଭିନ୍ନ ଷ୍ଟୋରରେ ଏହି ସ୍ମାର୍ଟଫୋନ୍ ମିଳୁଛି।

ଏହି ସ୍ମାର୍ଟ ଫୋନ୍‌ରେ ୩୨ ଜିବି ଏବଂ ୬୪ ଜିବିର ଷ୍ଟୋରେଜ ରହିଛି। ଏହି ମୋବାଇଲ୍ ଫୋନ୍‌ର ଦାମ୍ ରହିଛି ୮,୯୯୯ ଟଙ୍କା ଏବଂ ୯,୯୯୯ ଟଙ୍କା।

ଏହି ସ୍ମାର୍ଟଫୋନ୍‌ର ଫ୍ରଣ୍ଟରେ ଡୁଆଲ କ୍ୟାମେରା ରହିଛି। ପ୍ରଥମ କ୍ୟାମେରାଟି ୮ ମେଗା ପିକ୍ସେଲର ହୋଇଥିବା ବେଳେ ଦ୍ୱିତୀୟଟି ୫ ମେଗାପିକ୍ସେଲର। ଏହାସହ ପଛରେ ଥିବା କ୍ୟାମେରା ୧୩ ମେଗା ପିକ୍ସେଲର ବୋଲି ଜଣାପଡ଼ିଛି।

ଇଣ୍ଟରନାଲ ମେମୋରୀ ଷ୍ଟୋରେଜ୍ ୩୨ ଜିବି ଏବଂ ୬୪ ଜିବି ରହିଛି। ଆବଶ୍ୟକ ପଡ଼ିଲେ ଏହାକୁ ୧୨୮ ଜିବିକୁ ବଢ଼ାଯାଇ ପାରିବ। ଏଥିରେ ୪ ଜିବି ରାମ ରହିଥିବା ବେଳେ ୫.୫ ଇଞ୍ଚର ଡିସପ୍ଲେ ରହିଛି।

LEAVE A REPLY

Please enter your comment!
Please enter your name here