ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡନ୍‌ ଛୋଟା ରାଜନକୁ ଆଜୀବନ ଜେଲ୍‌। ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗ୍ୟାଙ୍ଗଷ୍ଟରକୁ ମୁମ୍ବାଇର ସ୍ୱତନ୍ତ୍ର ମକୋକା କୋର୍ଟ ଏହି ସଜା ଦେଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ଡନ୍ ଜେଲ୍‌ରେ ରହିବ।

ସାମ୍ବାଦିକ ଜ୍ୟୋତିର୍ମୟ ଦେ ହାତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇର ମକୋକା କୋର୍ଟ। ଛୋଟା ରାଜନଙ୍କ ସମେତ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ୮ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ ଜେଲ୍ ହୋଇଛି।

୨୦୧୧ ଜୁନ୍ ୧୧ରେ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କୁ ମୁମ୍ବାଇରେ ହତ୍ୟା କରାଯାଇଥିଲା। ୭ ବର୍ଷ ହେଲା ଏହି ମାମଲା ବିଚାରାଧିନ ରହିଥିଲା। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ୨୦୧୫ରେ ଇଣ୍ଡୋନେସିଆରୁ ପୋଲିସ ଗିରଫ କରିଥିଲା। ରାଜନ ତିହାର ଜେଲ୍‌ରେ ରହିଥିଲେ। ଜେଡି ହତ୍ୟାକାଣ୍ଡ ମାମଲାର ବିଚାର ଚାଲିଥିବା ବେଳେ ତିହାର ଜେଲ୍‌ରୁ ଭିଡିଓ କନଫରେନ୍ସିଂ ଜରିଆରେ ଛୋଟା ରାଜନ ନିଜର ପକ୍ଷ ରଖୁଥିଲେ।

ଜେଡି ହତ୍ୟାକାଣ୍ଡ ମାମଲାରେ ପୋଲିସ ଛାନଭିନ୍ କରି ୩୦୦୦ ପୃଷ୍ଠାର ଚାର୍ଜସିଟ୍ ମକୋକା କୋର୍ଟରେ ଦାଖଲ କରିଥିଲେ। ଏହାକୁ ଆଧାର କରି କୋର୍ଟ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି।

Comment