ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମ୍ବାଦିକ ଜ୍ୟୋତିର୍ମୟ ଦେ(ଜେଡି)ହତ୍ୟାକାଣ୍ଡ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ୍‍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହୋଇଛି। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ତଥା ଜିଗନା ଓ ପୋଲସନଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି।

୭ବର୍ଷ ପରେ ଇଂରାଜୀ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ମୁମ୍ବାଇ ମକୋକା କୋର୍ଟ ଅଣ୍ଡରୱାର୍ଲ୍ଡ ଡନ୍‍ ଛୋଟା ରାଜନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ତଥା ଜିଗନା ଓ ପୋଲସନଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି।

ସାମ୍ବାଦିକ ଜେଡିଙ୍କୁ ଅଣ୍ଡରୱାର୍ଲ୍ଡ ଡନ୍‍ ଛୋଟା ରାଜନଙ୍କ ନିର୍ଦ୍ଦେଶରେ ହତ୍ୟା କରାଯାଇଛି ବୋଲି ସରକାରୀ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ।

୨୦୧୧ ଜୁନ ୧୧ ତାରିଖରେ ମୁମ୍ବାଇର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାମ୍ବାଦିକ ଜ୍ୟୋତିମୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ମୁମ୍ବାଇର ମକୋକା କୋର୍ଟରେ ଏକ ମାମଲା ଋଜୁ କରାଯାଇଥିଲା।

ଜେଡିଙ୍କୁ ହତ୍ୟା କରିବା ପୂର୍ବରୁ ହତ୍ୟାକାରୀମାନେ ଦୀର୍ଘ ଦିନ ଧରି ତାଙ୍କୁ ପିଛା କରିଥିଲେ ବୋଲି ପୋଲିସ୍ ପକ୍ଷରୁ ସିସି ଟିଭି ଫୁଟେଜର ପ୍ରମାଣ ଉପସ୍ଥାପନ କରାଯାଇଥିଲା।

ଦୁଇବର୍ଷ ପୂର୍ବେ ଛୋଟା ରାଜନଙ୍କୁ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା। ସେତେବେଳେ ଏହି ମାମଲାକୁ ମୁମ୍ବାଇ ପୁଲିସରୁ ସିବିଆଇକୁ ହସ୍ତାନ୍ତର କରାଗଲା। ଏହି ମାମଲାରେ ୧୫୫ଜଣ ସାକ୍ଷୀଙ୍କ ସାକ୍ଷ ନିଆଯାଇଥିଲା।

ମୁମ୍ବାଇ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ନାମରେ ଏକାଧିକ ମାମଲା ରହିଛି। ତିହାର ଜେଲରେ ବନ୍ଦୀ ଥିବା ଛୋଟା ରାଜନ ବୁଧବାରଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ଚାଲିଥିବା ଶୁଣାଣିରେ ସାମିଲ ହୋଇଥିଲା। ଛୋଟା ରାଜନ କେବଳ ସାମ୍ବାଦିକ ଜେଡିଙ୍କୁ ଧମକ ଦେବାକୁ ଚାହୁଁଥିଲେ ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ତାଙ୍କର ନଥିଲା ବୋଲି ପାଲଟା ଯୁକ୍ତି ଉପସ୍ଥାପନ କରିଛନ୍ତି କୋର୍ଟରେ ଛୋଟା ରାଜନଙ୍କ ଓକିଲ ଅଂଶୁମାନ ସିହ୍ନା।

ମୁମ୍ବାଇର ସ୍ପେସାଲ ମକୋକା କୋର୍ଟରେ ଛୋଟା ରାଜନଙ୍କ ସମେତ ୧୧ଜଣ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ସାମ୍ବାଦିକ ଜ୍ୟୋତିର୍ମୟ ଦେ ଛୋଟା ରାଜନଙ୍କ ବିରୋଧରେ ଲେଖୁଥିଲେ ମଧ୍ୟ ମୋଷ୍ଟ ୱାଣ୍ଟେଡ଼୍‍ ଦାଉଦ ଇବ୍ରାହିମଙ୍କ ବିରୋଧରେ ଲେଖୁ ନଥିଲେ। ଏହି କାରଣରୁ ଛୋଟା ରାଜନ ୨୦୧୧ ଜୁନ ୧୧ ତାରିଖରେ ମୁମ୍ବାଇର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାମ୍ବାଦିକଙ୍କୁ ହତ୍ୟା କରିଥିଲା।

କୌଣସି ମାମଲାରେ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହେବା ପ୍ରଥମ ଘଟଣା। ୨୦୧୬ରେ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିଲା।

Comment