ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ମହାନଦୀ ମହାସଂଗ୍ରାମ: ମେ’୧୬ରୁ ବିଜେଡିର ଜାଗରଣ ଯାତ୍ରା
ମହାନଦୀର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ବିଜେଡି। ଓଡ଼ିଶାର ଜୀବନ ରେଖା ମହାନଦୀକୁ ବଞ୍ଚାଇବା ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି। ମେ ୧୬ ତାରିଖରୁ ବିଜେଡି ମହାନଦୀ ଅବବାହିକା ଜିଲ୍ଲାରେ ଜନଜାଗରଣ ଯାତ୍ରା କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସାଂସଦ ତଥା ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଆଜୀବନ ଜେଲ୍
ଡନ୍ ଛୋଟା ରାଜନକୁ ଆଜୀବନ ଜେଲ୍। ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗ୍ୟାଙ୍ଗଷ୍ଟରକୁ ମୁମ୍ବାଇର ସ୍ୱତନ୍ତ୍ର ମକୋକା କୋର୍ଟ ଏହି ସଜା ଦେଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ଡନ୍ ଜେଲ୍ରେ ରହିବ।
ଦେଶରେ ପ୍ରତିଷ୍ଠା ହେବ ୨୦ଟି ନୂଆ ଏମ୍ସ ହସ୍ପିଟାଲ
ଚତୁର୍ଥ ବର୍ଷରେ ପାଦ ଦେବାକୁ ଯାଉଛି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର। ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ବଡ଼ ନିଷ୍ପତ୍ତି ନେଇଛନ୍ତି। କୃଷକମାନଙ୍କ ପାଇଁ ନୂଆ ଯୋଜନା ପ୍ରଣୟନ କରିବା ସହ ଦେଶରେ ୨୦ଟି ନୂଆ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା କରିବାକୁ କ୍ୟାବିନେଟ୍ରେ ହୋଇଛି ନିଷ୍ପତ୍ତି।
ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲକୁ ପୁଣି ୫ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍
ପାର୍ସଲ୍ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ କ୍ରାଇମ୍ବ୍ରାଞ୍ଚ ପୋଲିସ ପୁଣି ୫ ଦିନ ପାଇଁ ରିମାଣ୍ଡରେ ନେଇଛି। ପୂର୍ବରୁ ୬ ଦିନିଆ ରିମାଣ୍ଡରେ ନେଇଥିବା କ୍ରାଇମବ୍ରାଞ୍ଚ ଦ୍ୱିତୀୟ ଦଫା ରିମାଣ୍ଡ ସମୟରେ ତାଙ୍କୁ ରାୟପୁର ନେଇ ଯାଞ୍ଚ କରିବାର ଯୋଜନା ରହିଛି ।
ଫୋନ୍ କଲରୁ ଧରାପଡ଼ିଲା ଅଭିଯୁକ୍ତ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ
ସାମ୍ବାଦିକ ଜ୍ୟୋତିମୟ ଦେ ହତ୍ୟାକାଣ୍ଡ ମାମଲାରେ ଅଣ୍ଡରୱାଲ୍ଡ ଡନ୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହୋଇଛି। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ତଥା ଜିଗନା ଓ ପୋଲସନଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି।














