ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତ୍ୟେକ ଗର୍ଭବତୀ ମା’ ଚାହାନ୍ତି ତାଙ୍କ ଗର୍ଭସ୍ଥ ଶିଶୁ ବିଚକ୍ଷଣ ହେବା ସହ ତା’ ମସ୍ତିଷ୍କ ଭଲ ଭାବେ ବିକଶିତ ହେଉ। ତେଣୁ ଗର୍ଭାବସ୍ଥାରେ ନିଜ ଖାଦ୍ୟ ଉପରେ ସ୍ଵତନ୍ତ୍ର ଦୃଷ୍ଟି ରଖିବା ଆବଶ୍ୟକ ହୋଇପଡ଼େ।

ଗର୍ଭାବସ୍ଥାରେ ମହିଳାମାନେ ପୁଷ୍ଟିକର ଆାହାର ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ। କାରଣ ଗର୍ଭବତୀ ମା’ ଗ୍ରହଣ କରୁଥିବା ଖାଦ୍ୟର ସିଧା ପ୍ରଭାବ ଗର୍ଭସ୍ତ ଶିଶୁ ଉପରେ ପଡ଼ିଥାଏ।

ଗର୍ଭବସ୍ଥାରେ ମହିଳାଙ୍କୁ ଅଣ୍ଡା ଖାଇବା ପାଇଁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଏ। କାରଣ ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ, ସେଲେନିୟମ, ଜିଙ୍କ୍, ଭିଟାମିନ୍ ଏ, ଡି ଓ କିଛି ମାତ୍ରାରେ ଭିଟାମିନ ବି କମ୍ପେଲକ୍ସ ରହିଥାଏ। ଶରୀରର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଣ୍ଡା ଖାଇବା ନିହାତି ଆବଶ୍ୟକ। ଗର୍ଭାବସ୍ଥାରେ ଅଣ୍ଡା ଖାଇଲେ ଜନ୍ମିତ ଶିଶୁ ବିଚକ୍ଷଣ ଓ ହୃଷ୍ଟପୃଷ୍ଟ ହୋଇଥାଏ ବୋଲି ସ୍ତ୍ରୀ ଓ ପ୍ରସୂତି ବିଭଗର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗର୍ଭାବସ୍ଥାରେ ଅଣ୍ଡା ଖାଇଲେ କ’ଣ ଫାଇଦା ରହିଛି ଆସନ୍ତୁ ଜାଣିବା

  • ଅଣ୍ଡାରେ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ ଥାଏ। ତେଣୁ ଗର୍ଭାବସ୍ଥାରେ ଅଣ୍ଡା ଖାଇବା ଆବଶ୍ୟକ। ଗର୍ଭରେ ବଢ଼ୁଥିବା ଶିଶୁଟିର ପ୍ରତିଟି କୋଷିକା ପ୍ରୋଟିନ୍ ଦ୍ଵାରା ହିଁ ବିକଶିତ ହୋଇଥାଏ। ଯଦି ଗର୍ଭବତୀ ମହିଳା ଯଦି ଅଣ୍ଡା ଖାଆନ୍ତି ତେବେ ଭ୍ରୁଣ ସଠିକ ଭାବେ ବିକାଶ ହୋଇଥାଏ।
  • ଅଣ୍ଡାରେ ୧୨ପ୍ରକାର ଭିଟାମିନ୍ ପ୍ୟାକେଜ୍ ଥାଏ। ଏହାସହ ଅନେକ ପ୍ରକାରର ଲବଣ ଥାଏ। ଏଥିରେ ଥିବା କୋଲିନ୍ ଓ ଓମେଗା-୩ ଫ୍ୟାଟି ଏସିଡ ଶିଶୁର ସମ୍ପୂର୍ଣ୍ଣ ବିକାଶରେ ସହାୟକ ହୋଇଥାଏ। ଏହା ସେବନ ଦ୍ଵାରା ଶିଶୁଟିର ମାନସିକ ରୋଗ ହେବାର ଆଶଙ୍କା କମ ଥାଏ।
  • ଯଦି ଗର୍ଭବତୀ ମହିଳାଙ୍କ ବ୍ଲଡ କୋଲେଷ୍ଟ୍ରଲ୍ ସ୍ତର ସାମାନ୍ୟ ରହିଛି ତେବେ ଦିନକୁ ଗୋଟିଏ କିମ୍ବା ଦୁଇଟି ଅଣ୍ଡା ଖାଇବା ଆବଶ୍ୟକ। ଅଣ୍ଡାରେ ସ୍ୟାଚ୍ୟୁରଏଡ୍ ଫ୍ୟାଟ୍ ମଧ୍ୟ ଥାଏ। ଯଦି ଗର୍ଭବତୀ ମହିଳାଙ୍କ କୋଲେଷ୍ଟ୍ରଲ୍ ମାତ୍ରା ଅଧିକ ରହିଛି ତେବେ ଅଣ୍ଡାର କେଶର ନଖାଇ କେବଳ ଧଳା ଅଂଶଟିକୁ ଖାଆନ୍ତୁ।
  • ଗର୍ଭବତୀ ମହିଳା ଗୋଟିଏ ଦିନରେ ୨୦୦ରୁ ୩୦୦ ପର୍ଯ୍ୟନ୍ତ ଆଡିଶନାଲ କ୍ୟାଲୋରୀ ଗ୍ରହଣ କରିବା ଆବଶ୍ୟକ। ଅଣ୍ଡାରେ ପାଖାପାଖି ୭୦ କ୍ୟାଲୋରୀ ରହିଥାଏ। ଏହାଦ୍ଵାରା ଉଭୟ ଓ ଛୁଆଙ୍କୁ ପୋଷଣ ମିଳିବା ସହ ଶକ୍ତି ପ୍ରଦାନ କରିଥାଏ। ପ୍ରଥମେ ଚିକିତ୍ସକ ସହ ପରାମର୍ଶ ନେଇ ଅଣ୍ଡା ଖାଆନ୍ତୁ।

LEAVE A REPLY

Please enter your comment!
Please enter your name here