ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ବରଗଡ଼ ବରପାଲି ବ୍ଳକ କନବାର ଗାଁର ଅକୁର ବିଶି ନାମକ ଜଣେ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟ ଉଦ୍ୟମ କରିଛନ୍ତି ଜଣେ ଚାଷୀ। ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କାଳବୈଶଖୀ ଯୋଗୁଁ ଫସଲ ନଷ୍ଟର କ୍ଷତିପୂରଣ ଦାବିରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିଲେ। ଦାବି ପୂରଣ ହେଉ ନଥିବାରୁ ଆନ୍ଦୋଳନବେଳେ ଜଣେ ଚାଷୀ ବିଷ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ବିଷ ପିଇଥିବା ଚାଷୀ ଜଣଙ୍କ ବରପାଲି ବ୍ଳକ କନବାର ଗାଁର ଅକୁର ବିଶି ବୋଲି ଜଣାପଡିଛି। ଅକୁରଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।














